କୋଓ୍ବିନ୍‌ ପୋର୍ଟାଲ ବ୍ୟବହାର ବେଳେ ସାବଧାନ ରୁହନ୍ତୁ, ୫୦ ଥର ଲଗ୍‌ଇନ ପରେ ହୋଇପାରେ ଏହି ଅସୁବିଧା

Published By : Prameya-News7 Bureau | June 10, 2021 IST

ନୂଆଦିଲ୍ଲୀ ୧୦/୬: କୋଓ୍ବିନ୍‌ ପ୍ଲାଟଫର୍ମରେ ଭାବିଚିନ୍ତି ସର୍ଚ୍ଚ କରନ୍ତୁ। ଏମିତି ହୋଇପାରେ ଆପଣଙ୍କ ଆକାଉଣ୍ଟ ୨୪ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍‌ ହୋଇଯିବ। କେନ୍ଦ୍ର ସରକାର କୋଓ୍ବିନ୍‌ରେ ସର୍ଚ୍ଚ କରିବାକୁ ନେଇ ନୂଆ ସର୍ତ୍ତ ଲାଗୁ କରିଛନ୍ତି।  ସର୍ତ୍ତ ଅନୁସାରେ ଯଦି କେହି ଏହି ପ୍ଳାଟଫର୍କରେ ୧୫-୧୫ ମିନିଟ୍‌ ଅନ୍ତରରେ ୫୦ ଥର ଲଗଇନ୍‌ କରନ୍ତି ତେବେ ତାଙ୍କ ଆକାଉଣ୍ଟ ୨୪ ଘଣ୍ଟା ପାଇଁ ବ୍ଲକ୍‌ ହୋଇଯିବ। ଟିକାକରଣକୁ ନେଇ ନୂଆ ଗାଇଡଲାଇନ ଆସିଥିବା ବେଳେ କୋଓ୍ବିନ୍‌ ପ୍ଲାଟଫର୍ମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଉଛି।

ଏହା ସହ ଏଥିରେ ସହର ଏବଂ ଗ୍ରାମାଞ୍ଚଳରେ ଟିକାକରଣ କେନ୍ଦ୍ର ସମ୍ପର୍କରେ ବିବରଣୀ ରହିବ।  ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି ଯେ, ସ୍ବାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମିକତା ଭିତ୍ତିରେ କରୋନା ଟିକା ଦିଆଯାଉ। ସ୍ବାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଦ୍ବିତୀୟ ଟିକା ଡୋଜ୍‌ ଦେବା ମାମଲାରେ ଅନେକ ରାଜ୍ୟ ବହୁ ପଛରେ ପଡ଼ିଛନ୍ତି। ୧୮ ରାଜ୍ୟରେ ସ୍ବାସ୍ଥ୍ୟକର୍ମୀ ଏବଂ ୧୯ ରାଜ୍ୟରେ ଫ୍ରଣ୍ଟଲାଇନ୍‌ ଯୋଦ୍ଧାଙ୍କୁ ଦ୍ବିତୀୟ ଡୋଜ୍‌ ଧିମା ଗତିରେ ଦିଆଯାଉଥିବା ଜଣାପଡ଼ିଛି।

କରୋନା ଟିକା ନେବା ପ​‌ରେ ଲାଭାର୍ଥୀଙ୍କୁ ପ୍ରମାଣପତ୍ର ମିଳୁଛି। କିନ୍ତୁ ପ୍ରମାଣପତ୍ରରେ ଯଦି କିଛି ଭୁଲ ଥାଏ ତେବେ ଏହାକୁ ଅନଲାଇନ୍‌ରେ ଠିକ୍‌ କରିହେବ। କୋଓ୍ବିନ୍‌ ପୋର୍ଟାଲରେ ‘Raise an issue’ ନାମକ ନୂଆ ଫିଚ୍‌ର ଯୋଡ଼ାଯାଇଛି। ଏହି ଓ୍ବେବସାଇଟ୍‌ ମଧ୍ୟମରେ ଟିକାକରଣ ପ୍ରମାଣପତ୍ରରେ ଭୁଲ ଥିବା ତଥ୍ୟ ଠିକ୍‌ କରିବା ନେଇ ମଧ୍ୟ ନୂଆ ଅପଡେଟ୍‌ ଆସିଛି। ଲାଭାର୍ଥୀ କେବଳ ଥରେ ନିଜର ପ୍ରମାଣପତ୍ର ଅପଡେଟ୍‌ କରିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.