ଗୋ ସୁରକ୍ଷାକର୍ମୀଙ୍କ ଦ୍ୱାରା ଟାଟା ଏସିଇ ଅଟକ, ୮ ଗୋରୁ ଉଦ୍ଧାର

Published By : Prameya-News7 Bureau | November 13, 2021 IST

ସରୋ, ୧୩/୧୧: ବାଲେଶ୍ୱର ଜିଲ୍ଲା ସୋର କୁପାରୀ ରାସ୍ତା ନଦିଗାଁ ଛକ ନିକଟରେ ଗୋରୁ ବୋଝେଇ ଟାଟା ଏସିଇ ଅଟକ । ଗୋ ସୁରକ୍ଷାକର୍ମୀ ଡଗରପଡାରୁ ସୋରକୁ ଆସୁଥିବା ଏହି ଟାଟା ଏସ୍‌ସିକୁ ଅଟକାଇଥିଲେ । ସେଥିରେ ୮ଟି ଗୋରୁ ବେଆଇନ ଭାବେ ବାହାରକୁ ଚାଲାଣ ହେଉଥିବାବେଳେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରୁ ଟାଟା ଏସିଇ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ । ଗାଡିଟିକୁ ମଧ୍ୟ ଲୋକେ ଭଙ୍ଗା ରୁଜା କରିଥିଲେ ।

ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ୭ ଗୋରୁ ଉଦ୍ଧାର କରିଥିଲା । ଗୋରୁମାନଙ୍କୁ ସୋର ଗୋଶାଳାକୁ ଆଣିଥିଲା । ଗୋଶାଳା କତ୍ତୃପକ୍ଷ ଗୋଶାଳାରେ ସ୍ଥାନ ଅଭାବ କହି ଗୋରୁ ଗୁଡିକୁ ଫେରାଇ ଦେଇଥିଲେ । ପୋଲିସ ସୋରରୁ ୩୦ କିଲୋମିଟର ଦୂର ରାଣୀତାଲରେ ଏହି ଗୋରୁଙ୍କୁ ଛାଡ଼ିବା ସହିତ ଟାଟା ଏସିଇ ଗାଡିକୁ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.