Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ଏନଆଇଟି ପ୍ରଫେସରଙ୍କ ଦାବି: ଗୋ ମୁତ୍ର ଓ ଗୋବର ଇନ୍ଧନରେ ଉଡିବ ଭବିଷ୍ୟତର ରକେଟ୍, ଭରଣା ହୋଇପାରେ ବିଦ୍ୟୁତ ଆବଶ୍ୟକତା

3/10/2019 at 6:32 PM

ନୂଆଦିଲ୍ଲୀ:  ଗୋବର ମିଶ୍ରଣରୁ ଉଚ୍ଚକୋଟିର ଉଦଯାନ ଗ୍ୟାସ୍ ଉତ୍ପାଦନ କରାଯାଇପାରେ। ଆବଶ୍ୟକ ପ୍ରସଂସ୍କରଣ କରି ଏହି ଗ୍ୟାସ୍ କୁ ରକେଟ୍ ଇନ୍ଧନ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ। ଝାରଖଣ୍ଡସ୍ଥିତ ଏନଆଇଟିରେ ଏ ନେଇ ଗବେଷଣା କରାଯାଉଛି। ଏନଆଇଟିର ସହାୟକ ପ୍ରଫେସର ଦୁଲାରୀ ହେମ୍ବ୍ରମ ଏ ନେଇ ସୂଚନା ଦେଇଛନ୍ତି। ଗତ କିଛି ବର୍ଷ ହେଲା ଦୁରାଲୀ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବେଳେ ପ୍ରାରମ୍ଭିକ ରିସର୍ଚ୍ଚ ପେପର ପ୍ରସ୍ତୁତ କରିସାରିଛନ୍ତି। ଗବେଷଣା ସମ୍ପର୍କିତ ସେ ଆଉ ୨ଟି ରିସର୍ଚ୍ଚ ପେପର ପ୍ରସ୍ତୁତ କରିବେ। ତେବେ ତାଙ୍କ ଗବେଷଣାର ନିଷ୍କର୍ସକୁ ନେଇ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି।

ଇନ୍ଧନ ରୂପେ ବ୍ୟବହାର ହେଉଥିବା ଉଦଯାନ ଗ୍ୟାସ ଉତ୍ପାଦନ ଲାଗି ପ୍ରତି ୟୁନିଟ୍ ପିଛା ୭ ଟଙ୍କା ଖର୍ଚ୍ଚ ହେଉଛି। ଯଦି ସରକାର ଏହାକୁ ପ୍ରୋତ୍ସାହିତ କରିବେ ତେବେ ଅଧିକ ପରିମାଣରେ ଗ୍ୟାସ୍ ଉତ୍ପାଦନ ହେବା ସହ ବିଦ୍ୟୁତ ଆବଶ୍ୟକତା ମଧ୍ୟ ପୂରଣ କରାଯାଇପାରିବ। ଏହା ଛଡା ରକେଟରେ ଉପଯୋଗ ହେଉଥିବା ଇନ୍ଧନର ଶସ୍ତା ବିକଳ୍ପ ଭାବେ ମଧ୍ୟ ଏହାକୁ ବିକଶିତ କରାଯାଇପାରେ।

ପ୍ରଫେସର ଦୁଲାରୀ ହେମ୍ବ୍ରମଙ୍କ ଗବେଷଣା ବିଷୟ ହେଉଛି ‘ଗୋମୁତ୍ର ଓ ଗୋବରରୁ ବିକଳ୍ପ ଶକ୍ତିର ସନ୍ଧାନ’। ତେବେ କଲେଜର ଲାବୋରେଟରୀ ଛୋଟ ହୋଇଥିବା ବେଳେ ଏହି ପ୍ରକଳ୍ପକୁ କୌଣସି ପ୍ରକାର ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଉନି। ଏଣୁ ଏଥିରୁ ସେ ଯେଉଁଭଳି ସଫଳତା ଆଶା କରୁଛନ୍ତି ତାହା ପାଇ ପାରୁନାହାନ୍ତି। ଏବେ ଗାଇର ଗୋବର ଓ ମୁତ୍ରରୁ ଉତ୍ପାଦିତ ଗ୍ୟାସ୍ (ମିଥେନ)ରେ ୪ ଚକିଆ ବାହନ ଚାଳନା ଓ ବଲ୍ବ ଜଳାଇବାରେ କେବଳ ଉପଯୋଗ ହେଉଛି। ତେବେ ଏହାକୁ ଉଚ୍ଚକାଟିର ଉଦଯାନ ଗ୍ୟାସ ଉତ୍ପାଦନ ଲାଗି ମଧ୍ୟ ବ୍ୟବହାର କରାଯାଇପାରେ ବୋଲି ପ୍ରଫେସର ଦୁଲାରୀ କହିଛନ୍ତି। ଯାହାର ବ୍ୟବହାର ରକେଟ ପ୍ରପେଲର ଫୁଏଲ ଭାବେ କରାଯାଇପାରେ।

ଏବେ ଗୋବର ଓ ଗୋ ମୁତ୍ରରୁ ଉଦଯାନ ଗ୍ୟାସ ଯେଉଁ ଭଳି ଭାବେ ବାହାର କରାଯାଉଛି, ଏହାକୁ କିପରି ଉନ୍ନତ କରାଯାଇପାରିବ ସେ ନେଇ ଗବେଷଣା ହେଉଛି। ଯଦି ମାଧ୍ୟମ ଉନ୍ନତ ହୋଇ ପାରିବ ତେବେ ଉତ୍ପାଦନ ଖର୍ଚ୍ଚ ବି ହ୍ରାସ ପାଇବ ବୋଲି ପ୍ରଫେସର କହିଛନ୍ତି। ଏହି ଗ୍ୟାସ୍ କ୍ରାୟୋଜନିକ ରକେଟ ଲାଗି ସର୍ବୋତ୍ତମ ଇନ୍ଧନ ହୋଇପାରେ ବୋଲି ସେ କହିଛନ୍ତି। କ୍ରାୟୋଜନିକ(ନିମ୍ନତାପି) ରକେଟ ଇଞ୍ଜିନ ଲାଗି ଅତ୍ୟାଧିକ ଥଣ୍ଡା ଓ ଦ୍ରବିକ୍ରୁତ ଗ୍ୟାସକୁ ଇନ୍ଧନ ଓ ଅକ୍ସିକାରକ ଭାବେ ବ୍ୟବହାର କରାଯାଉଛି। ଯେଉଁଥିରେ ଉଦଯାନ ଗ୍ୟାସ ପ୍ରମୁଖ ଦହନଶୀଳ ଭାବେ ବ୍ୟବହାର ହେଉଥିବା ସେ କହିଛନ୍ତି।      

   Related Posts