ତମାଣ୍ଡୋରୁ ଗୋରୁ ବୋଝେଇ ଗାଡି ଜବତ, ଡ୍ରାଇଭର ଫେରାର୍ ଓ ହେଲପର ଅଟକ

Published By : Prameya-News7 Bureau | July 21, 2021 IST

ଭୁବନେଶ୍ବର ୨୧/୭ : ଭୁନେଶ୍ୱର ତମାଣ୍ଡୋ ଅଞ୍ଚଳରୁ ଜବତ ହେଲା ଗୋରୁ ବୋଝେଇ ଟ୍ରକ । ତମାଣ୍ଡୋଠାରେ ସ୍ଥାନୀୟ ବାସିନ୍ଦା ଦେଖିବା ପରେ ଟ୍ରକ୍ଟଟିକୁ ଜବତ କରି ପୋଲିସକୁ ଖବର ଦେଇଥିଲେ । ତେବେ ଏହି ଗୋରୁ ଵୋଝେଇ ଟ୍ରକ ମଣିକଗଡାରୁ ଭୁବନେଶ୍ବର ଯଦୁପୁରକୁ ଆସୁଥିଲା । ପାଖାପାଖି ୨୦ ଟି ଗୋରୁ ଟ୍ରକରେ ଥିବା ଲୋକେ କହିଛନ୍ତି । ତେବେ ଘଟଣାସ୍ଥଳରୁ ଗାଡିଚାଳକ ଫେରାର ହୋଇଯାଇଥିବା ବେକେ ହେଲପରକୁ ଅଟକ ରଖିଛି ତମାଣ୍ଡୋ ପୋଲିସ । ଗାଡି ଜବତ ହେବା ପରେ ଗୋରୁକୁ ଗୋଶାଳାରେ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.