ଶୋଇଛି ସହର – ସକ୍ରିୟ ଗାଈ ଚୋର, ସିସିଟିଭିରେ ଦୃଶ୍ୟ କଏଦ୍

Published By : Prameya-News7 Bureau | December 14, 2019 IST

ବାଲେଶ୍ୱର ୧୪।୧୨ -  ରାତି ଅଧରେ ସହର ଭିତରୁ ଗାଈଗୋରୁଙ୍କୁ ଉଠାଇ ନେଉଛନ୍ତି ଗୋ-ଚାଲାଣକାରୀ । ବାଲେଶ୍ବରରେ ଦେଖିବାକୁ ମିଳିଛି ଏମିତି ଘଟଣା । ପାଖରେ ଥିବା ଏକ ଦୋକାନର ସିସିଟିଭିରେ ପୂରା ଘଟଣା କଏଦ୍ ହୋଇଛି । ତେବେ ଏଭଳି ଘଟଣାକୁ ନେଇ ସାରା ସହରରେ ଖେଳିଯାଇଛି ଚାଞ୍ଚଲ୍ୟ । ….

{"id":197677,"width":586,"height":295,"sizeSlug":"large"}

ରାତି ପାଖାପାଖି ୩ଟା । ନିଘୋଡ଼ ନିଦରେ ଶୋଇଛି ସାରା ସହର । ଶୁନ୍‌ଶାନ୍‌ ରାସ୍ତା । ରାସ୍ତା ଉପରେ ଶୋଇ ରହିଛନ୍ତି ଦୁଇ ଚାରିଟା ଗାଈ ଗୋରୁ । ରାତିର ନିସ୍ତବ୍ଧତାକୁ ଚିରି  ହଠାତ୍ ରାସ୍ତା ଉପରେ   ଗୋଟେ ସ୍କର୍ପିଓ  । ଗାଡ଼ିରୁ ଓହ୍ଲାଉଛି ଜଣେ ଯୁବକ । ଶୋଇ ରହିଥିବା ଗୋରୁଙ୍କ ପାଖକୁ ଆସୁଛି । ଆଉ ଏଣେ ତେଣେ ଟିକେ ନଜର ଘୁରାଉଛି । କାଳେ କିଏ କେଉଁଠି ସେମାନଙ୍କୁ ଦେଖୁନାହାନ୍ତି ତ ?  କେହି କୁଆଡ଼େ ନଥିବାର ସୁଯୋଗ ନେଇ ବେଧଡ଼କ ଉଠାଇ ନେଉଛନ୍ତି ଗୋରୁ । ପାଖରେ ଥିବା ଅନ୍ୟ ଗାଈଗୋରୁମାନେ ସବୁ ଜାଣିପାରୁଛନ୍ତି, ହେଲେ କିଛି କରିପାରୁନାହାନ୍ତି, କେବଳ ଏଣେ ତେଣେ ଦଉଡ଼ୁଛନ୍ତି । କାରଣ ଯିଏ କିଛି କରିବା କଥା ସେମାନେ ତ ନିଘୋଡ଼ ନିଦରେ ଶୋଇଛନ୍ତି । ମାନେ ରାତିର ଅନ୍ଧକାର ଭିତରେ ସହରକୁ ସୁରକ୍ଷା ଦେବା ଦାୟିତ୍ବ କାହାର ? ପୋଲିସର ତ ? ଯୋଉଠି ସୁରକ୍ଷା ବନ୍ଦୋବସ୍ତରେ ଢ଼ିଲା, ସେଠି ଦୁର୍ବୃତ୍ତ, ଗୋ-ଚାଲାଣକାରୀ ଏମିତି ବିନ୍ଦାସ୍ ପାଲା କରିବାକୁ ସୁଯୋଗ ପାଉଛନ୍ତି ।

{"id":197678,"sizeSlug":"large"}

ଗଲା ମାସେ ଭିତରେ ବାଲ୍ବେର ସହରରୁ ଗାଏବ୍ ହୋଇଗଲେଣି ପ୍ରାୟ ୬୦ରୁ ଅଧିକ ଗାଈଗୋରୁ । ହେଲେ ବାଲେଶ୍ବର ପୋଲିସ ଗୋ-ଚାଲାଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାର ଦେଖିବାକୁ ମିଳୁନି । ସେପଟେ ଖାମଖିଆଲ ହୋଇ ପାଳିତ ଗାଈଗୋରୁଙ୍କୁ ରାସ୍ତାରେ ଛାଡ଼ିଦେଉଥିବା ଲୋକେ ମଧ୍ୟ ସଚେତନ ହେବା ଜରୁରୀ ହୋଇପଡ଼ିଛି ।

{"id":197679,"sizeSlug":"large"}

ଢ଼ିଲା ସୁରକ୍ଷା ବ୍ୟବସ୍ଥା ପାଇଁ ମାତିଛନ୍ତି ଗୋ-ଚାଲଣକାରୀ । ପୋଲିସର ନାକ ନିଶ ତଳେ ବାହାରକୁ ଚାଲାଣ ହେଉଛନ୍ତ ଶହ ଶହ ଗୋରୁଗାଈ । ଦିନେ ଅଧେ ଧରପଗଡ଼ କରି ଚୁପ୍ ବସିପଡ଼ୁଛି ପୋଲିସ । ବାଲେଶ୍ବରରେ ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.