ଗାଈଙ୍କ ସ୍ବୟମ୍ବର

Published By : Prameya-News7 Bureau | December 24, 2019 IST

ଭୋପାଳ ୨୪/୧୨: ଗାଈ ସ୍ବୟମ୍ବର। ଏହା ଅଡ଼ୁଆ ଲାଗୁଛି। କିନ୍ତୁ ହାଇଟେକ୍ ଯୁଗରେ ମଧ୍ୟପ୍ରଦେଶ ସରକାର ଗୋ-ଚାଷୀଙ୍କ ଲାଗି ଏପରି ଏକ ଅଭିନବ ଡାଟାବେସ୍ ଯୁକ୍ତ ବ୍ୟବସ୍ଥା କରିଛନ୍ତି।

ଗୋ-ଚାଷୀମାନେ ସେମାନଙ୍କ ଗାଈର ମେଟିଂ ପାଇଁ ଉପଯୁକ୍ତ ଏବଂ ସ୍ବାସ୍ଥ୍ୟବାନ୍ ଷଣ୍ଢଟିଏ ପାଇପାରିବେ। ମଧ୍ୟପ୍ରଦେଶର ଗୋ-ଚାଷୀ ଏହି ପଦ୍ଧତିରେ ସେମାନଙ୍କ ଗାଈ ପାଇଁ ଉପଯୁକ୍ତ ସାଥୀ ପାଉଥିବାବେଳେ ଏହାକୁ ଏକ ବଡ଼ ପଦକ୍ଷେପ କୁହାଯାଉଛି। ମଧ୍ୟପ୍ରଦେଶର ପ୍ରାଣୀ ସମ୍ପଦ ବିଭାଗ ‘ସାଏରେ’ ନାମକ ଷଣ୍ଢଙ୍କର ଏକ ଡିରୋକ୍ଟୋରି ପ୍ରସ୍ତୁତ କରିଛନ୍ତି।

ଏଥିରେ ପ୍ରାୟ ୨୦୦ ସୁସ୍ଥସବଳ ଷଣ୍ଢଙ୍କ ତାଲିକା ରହିଛି। ସେମାନଙ୍କ ଲାଇଫ-ହିଷ୍ଟ୍ରି,ପ୍ରଜନନ ତଥା ଦୁଗ୍ଧ ଉତ୍ପାଦନକାରୀ କ୍ଷମତା,ବୟସ ଆଦି ତଥ୍ୟ ସହ ‘ସାଏରେ’ର ସମ୍ପୂର୍ଣ୍ଣ ସୂଚନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.