୨ ଗୋରୁ ବୋଝେଇ ଗାଡି ଜବତ, ଚାଳକ ଗିରଫ

Published By : Prameya-News7 Bureau | July 01, 2020 IST

ଭଣ୍ଡାରିପୋଖରୀ, ୦୧|୦୭:  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ବୁଧବାର ରାତିରେ କୋଲକାତା ଚାଲାଣ ହେଉଥିବା ବେଳେ ଦୁଇଟି ଗୋରୁ ବୋଝେଇ ଗାଡି ଜବତ କରିଛି । ଏହି ଗାଡିରୁ ୯୦ଟି ଗୋରୁ ଉଦ୍ଧାର ହୋଇଛନ୍ତି ।

ବୁଧବାର ଭଣ୍ଡାରିପୋଖରୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ କରିବା ବେଳେ ଏହି ଗୋରୁ ବୋଝେଇ ଗାଡିକୁ ଜବତ କରାଯାଇଛି । ଏହି ଗୋରୁ ସବୁ କୋଲକାତା ଚାଲାଣ ହେଉଥିଲା । ଗାଡିରୁ ୯୦ଟି ଗୋରୁ ଉଦ୍ଧାର ହୋଇଥିବାବେଳେ ସେମାନଙ୍କୁ ମାଇତପୁର ଗୋଶାଳା ପଠା ଯାଇଛି ।   ପୋଲିସ ଦୁଇ ଗାଡି ଜବତ କରିବା ସହ ଦୁଇ ଚାଳକଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.