ଗୋ ସମ୍ମିଳନୀରେ ଯୋଗ ଦେଇ ରାମଦେବ କହିଲେ-‘ଗାଈକୁ ଘୋଷଣା କରାଯାଉ ରାଷ୍ଟ୍ରୀୟ ପଶୁ’

Published By : Prameya-News7 Bureau | November 01, 2021 IST

ତିରୁପତି ୦୧/୧୧ : ଗାଈ କୁ ପୁଣି ଥରେ ଜାତୀୟ ପଶୁ ବୋଲି ଘୋଷଣା କରିବାକୁ ଦାବି ହେଉଛି। ପ୍ରସିଦ୍ଧ ଯୋଗଗୁରୁ ସ୍ୱାମି ରାମଦେବ ଭାରତର ଜାତୀୟ ପଶୁ ଭାବେ ଗାଈକୁ ଘୋଷଣା କରାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। ବାବା ରାମଦେବ ରବିବାର ଦିନ ଆନ୍ଧ୍ରପ୍ରଦେଶରେ ଗୋ-ମହା ସମ୍ମିଳନୀ ସମ୍ବୋଧିତ କରିବା ବେଳେ ଏହା କହିଛନ୍ତି।

ଟିଟିଡି ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବାବା ରାମଦେବ କହିଛନ୍ତି,  ଗାଈକୁ ଭାରତର ଜାତୀୟ ପଶୁ ଭାବରେ ଘୋଷଣା କରାଯିବା ଉଚିତ୍। ସେ କହିଛନ୍ତି ଯେ ଏହି ପ୍ରସ୍ତାବ ଟିଟିଡି ଟ୍ରଷ୍ଟ ଦ୍ୱାରା ମଧ୍ୟ ଦିଆଯାଇଛି। ସେ କହିଛନ୍ତି  ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଦାବି କରୁଛି ଯେ ଶୀଘ୍ର ସେମାନେ ଗାଈକୁ ଭାରତର ଜାତୀୟ ପଶୁ ବୋଲି ଘୋଷଣା କରନ୍ତୁ।

ବାବା ରାମଦେବ କହିଛନ୍ତି, ଗାଈମାନଙ୍କ ପାଇଁ ପତଞ୍ଜଳି ପୀଠ ଏକ ଗୋ-ସୁରକ୍ଷା ଅଭିଯାନ ଆରମ୍ଭ କରିଛି। ଗାଈ ମାନଙ୍କର ସୁରକ୍ଷା କ୍ଷେତ୍ରରେ ଆମେ ଆଗରେ ଅଛୁ। ସେ ଆହୁରି କହିଛନ୍ତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ତାଙ୍କୁ ଟିଟିଡି ଗୋ ମହା ସମ୍ମିଳନୀ ବିଷୟରେ ଜଣାଇଛନ୍ତି। ହିନ୍ଦୁ ଧର୍ମର ପ୍ରଚାର ପାଇଁ ସେ ଟିଟିଡି ସଭାପତି ୟୁ.ଭି ସୁବା ରେଡ୍ଡୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.