ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର

Published By : Prameya-News7 Bureau | March 02, 2021 IST

ଭଦ୍ରକ,୦୨/୦୩: ବେଆଇନ ଭାବେ ଚାଲାଣ ହେଉଥିବା  ଗୋରୁ ବୋଝେଇ ୨ଟି ପିକଅପକୁ ଜବତ କରିଛି ପୋଲିସ । ୨ଟି ପିକଅପ ଗାଡ଼ିରେ ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ସମୟରେ ୧୬ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଆଡୁ ଭଦ୍ରକକୁ ବେଆଇନ ଭାବେ ଗୋରୁ ବୋଝେଇ ପିକଅପ ଭ୍ୟାନ ଆସୁଥିଲା । ଏହି ଖବର କିଛି ସ୍ଥାନୀୟ ଲୋକ ପାଇ ଭଦ୍ରକ ଗେଲପୁର ଛକ ନିକଟରେ ପିକଅପ ଗାଡିକୁ ଅଟକାଇଥିଲେ । ଦୁଇଟି ଗାଡିକୁ ଅଟକ ରଖାଯାଇଥିବା  ବେଳେ ଆଉ ଦୁଇଟି ପିକଅପ୍ ଘଟଣାସ୍ଥଳରୁ ଖସିବାକୁ ସକ୍ଷମ ହୋଇଥିଲେ । ଦୁଇଟି ଗାଡିକୁ ଅଟକାଇ ସ୍ଥାନୀୟ ଲୋକ ପୋଲିସକୁ ହସ୍ତାନ୍ତର କରିଥିଲେ ।

ଭଦ୍ରକ ଗ୍ରାମାଞ୍ଚଳ ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଗୁଡିକ ଉଦ୍ଧାର କରିବା ସହ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ଭଦ୍ରକରେ ବେଆଇନ ଗୋରୁ ଗାଡିକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । କିନ୍ତୁ ଗୋରୁ ଚାଲାଣ ଗାଡି କିପରି ଓ କେଉଁଠିକି ଯାଉଛି  ପୋଲିସ ତାର କିଛି ବି ଟେର୍ ପାଉନି । ବରଂ ସ୍ଥାନୀୟ ଲୋକ ଗୋରୁ ଗାଡିକୁ ଜବତ କରି ପୋଲିସକୁ ହସ୍ତାନ୍ତର କରୁଛନ୍ତି । ପୋଲିସ ଏ ଘଟଣା ଜାଣି ଶୁଣି ଚୁପ ରହୁଛି ନା ଏ ସମ୍ପର୍କରେ କିଛି ବି ସୁରାଗ ପାଇ ପାରୁନି ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.