ଗୁରୁତର ଅବସ୍ଥାରେ ଗୋରୁକୁ ଉଦ୍ଧାର କରି ଚିକିତ୍ସା କରାଇଲେ ସ୍ବେଚ୍ଛାସେବୀ ସଂଗଠନ

Published By : Prameya-News7 Bureau | March 22, 2020 IST

ଭଦ୍ରକ ୨୨।୩: ଭଦ୍ରକ ଜିଲ୍ଲାରେ କରୋନା ପାଇଁ ପ୍ରଶାସନିକ ଆଦେଶରେ ଦୋକାନ ବଜାର ବନ୍ଦ ହେବା ସହ ଜନଶୂନ୍ୟ ହୋଇଯାଇଥିଲା ବଜାର ସହର । ଏହି ସମୟରେ ଭଦ୍ରକ ସହରର ଚରମ୍ପା ଡ଼ଗରା ସାହି ରେଳ ଧାରଣା କଡ଼ରେ ଏକ ଗୋରୁ ଟ୍ରେନ୍ ଧକ୍କାରେ ଗୁରୁତର ହୋଇ କ୍ଷତାକ୍ତ ଅବସ୍ଥାରେ ଛଟ୍ ପଟ୍ ହେଉଥିବାର ଦେଖିବାକୁ ପାଇଥିଲା ଫ୍ରେଣ୍ଡସ୍ ଗ୍ରୁପ୍ ସଦସ୍ୟ । ଘଟଣା ସଂପର୍କରେ ଖବର ପାଇଁ ସ୍ବେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ ଗ୍ରୁପର ସମସ୍ତ ସଦସ୍ୟମାନେ ଘଟଣାସ୍ଥଳରେ ପହିଞ୍ଚିଥିଲେ । ସେଠାରେ ଗୁରୁତର ଗୋରୁଟିକୁ ଉଦ୍ଧାର କରି ଗାଡ଼ିରେ ପଶୁ ଚିକିତ୍ସାଳୟକୁ ନେଇଥିଲେ ସଂଗଠନର କର୍ମକର୍ତ୍ତା । ସେଠାରେ ଚିକିତ୍ସା ପରେ ଗୋରୁ ଟିକୁ ଗୋଶାଳାରେ ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.