ବିଦ୍ୟୁତ ପୋଲ ସଂସ୍ପର୍ଶରେ ଆସି ୨ ଗାଈ ମୃତ, ଥାନାରେ ଏତଲା

Published By : Prameya-News7 Bureau | July 17, 2022 IST

କୋରାପୁଟ ୧୭/୦୭: କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଅଘଟଣ। ବିଦ୍ୟୁତ ପୋଲରେ ଲାଗି ୨ ଗାଈଙ୍କ ମୃତ୍ୟୁ । ଚରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଈ ଦୁଇଟି ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ୨ଟି ଗାଈ ଏକ ପଡିଆରେ ଚରୁଥିଲେ । ତେବେ ସେଠାରେ  ଜଳ ଯୋଗାଣ କାର୍ଯ୍ୟାଳୟ ନିକଟରେ ଥିବା ବିଦ୍ୟୁତ ପୋଲ ସଂସ୍ପର୍ଶରେ ସେମାନେ ଆସିଯାଇଥିଲେ । ପୋଲରେ ବିଦ୍ୟୁତ ପ୍ରବାହିତ ହୋଇଥିବାରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଗତ ଏକ ସପ୍ତାହ ଧରି କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ବିଦ୍ୟୁତ ପୋଲ ଓ ପୋଲର ଆର୍ଥିଂ ତାରରେ ବିଦ୍ୟୁତ ଚାର୍ଜ ହୋଇ ଯାଇଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି । ଘଟଣା ପରେ ବିଭାଗ ପକ୍ଷରୁ ପୋଲରେ  ବିଦ୍ୟୁତ ପ୍ରବାହିତ ନହେବା ଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି । ଘଟଣାକୁ ନେଇ ଗାଈ ମାଲିକ ଥାନାରେ ଏତଲା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.