ଗାଈ ମୃତ୍ୟୁର ଛାନଭିନ୍ ଆରମ୍ଭ : ଅଳିଆ ଗଦାରେ ଥିବା ବୋମାକୁ ଚୋବାଇ ଦେଇଥିଲା

Published By : Prameya-News7 Bureau | February 27, 2020 IST

ବ୍ରହ୍ମପୁର ୨।୨: ଅଳିଆ ଗଦାରୁ ଖାଦ୍ୟ ସଂଗ୍ରହ କରି ଖାଉଥିବା ସମୟରେ ଗାଈ ପାଟିରେ ଫୁଟିଗଲା ବୋମା । ବ୍ରହ୍ମପୁର ହରିଡ଼ାଖଣ୍ଡି ଅଞ୍ଚଳର ଦୁଃଖଦ ଘଟଣା । ଅଳିଆ ଗଦାରେ ପଡ଼ିଥିବା ବୋମାଟିକୁ ଖାଦ୍ୟ ଭାବି ଖାଇଦେଇଥିଲା ଗାଈ । ଆଉ ତାପରେ ତାର ପାଟିରେ ହିଁ ବୋମାଟି ଫୁଟି ଯାଇଥିଲା । ଦୀର୍ଘ ସମୟ ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲା ।

ପିପୁଲ ଫର ଆନିମାଲର ସଦସ୍ୟମାନେ ତୁରନ୍ତ ଆସିଥିଲେ ଗାଈଟିକୁ ଉଦ୍ଧାର କରିବା ଲାଗି । ଓୟୁଏଟି ଆଣି ଗାଈର ଚିକିତ୍ସା ପାଇଁ ବ୍ୟବସ୍ଥା କରୁଥିଲେ। କିନ୍ତୁ ଗୁରତର ଆହତ ହୋଇଥିବା ଗାଈଟି ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରାଣ ହରାଇଥିଲା । ପ୍ରଶ୍ନ ଉଠୁଛି ଅଳିଆ ଗଦାରେ ବୋମା ରଖିଥିଲା କିଏ ।

ବ୍ରହ୍ମପୁର ବଡବାଜର ପୋଲିସ ଓ ବମ୍ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିଛି ମାସ ତଳେ ସମାନ ସ୍ଥାନରେ ବୋମା ଫୁଟି ଏକ ଘୁଷୁରୀର ମୃତ୍ୟୁ ହୋଇଥିଲା । ଏହା ସୂଚାଉଛି ଯେ, ପଶୁଙ୍କୁ ଟାର୍ଗେଟ୍ କରି ଏଭଳି ବୋମା ରଖାଯାଇଥିଲା । ଯାହାର ଶିକାର ହୋଇଛି ଏହି ଗାଈ ।

୨୦୧୮ ଡିସେମ୍ବର ମାସରେ ମଧ୍ୟ ସମାନ ଏକ ଘଟଣା ଘଟିଥିଲା । ଆଠଗଡ଼ ଅଞ୍ଚଳରେ ଏକ ବୋମା ଚୋବାଇଦେବାରୁ ହାତୀର ମୃତ୍ୟୁ ହୋଇଥିଲା । ଏହି ଘଟଣା ଅନେକ ପ୍ରଶ୍ନ ଠିଆ କରିଛି । ପଶୁଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାର କାହିଁକି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.