ଗୋମାଂସ ବୋଝେଇ ଅଟୋକୁ ଧରିଲେ ଗ୍ରାମବାସୀ: ୩ ଅଟକ
18/08/2018 at 5:30 AM

ଗଜପତି୧୮/୮: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ରେ ଗୋମାଂସ ବୋଝେଇ ଅଟୋକୁ ଧରି ପୋଲିସର ଜିମା ଦେଲେ ଗ୍ରାମବାସୀ। ଗୋମାଂସ ବୋଝେଇ ଅଟୋ ଚାନ୍ଦିପୁଟରୁ ମହେନ୍ଦ୍ରଗଡ ଅଂଚଳକୁ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଚନ୍ଦ୍ରଗିରି ବଜାରରେ ସ୍ଥାନୀୟ ଲୋକେ ଅଟୋକୁ ରଖି ଯାଁଚ କରିଥିଲେ। ଏଥିରେ ଗୋମାଂସ ଚାଲାଣ ହେଉଥିଲା। ପୋଲିସ ୩ ଜଣକୁ ଅଟକ ରଖି ପଚରାଉଚୁରା କରୁଛି।