Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଗୋଟିଏ ଗାଈ ୨ ଦାବିଦାର, ଉଭୟ ମାଲିକଙ୍କ ବୋଲ ମାନୁଛି: ବିବାଦ ସମାଧାନ ନେଇ ହରଡ ଘଣାରେ ପୋଲିସ

2/11/2020 at 7:13 PM

କୋରାପୁଟ ୦୨/୧୧ : ଗୋଟିଏ ଗାଈ ଦୁଇଟି ନାଁ। ପୁଣି ଗାଈଟିର ମାଲିକାନାକୁ ନେଇ ଦୁଇ ଦାବିଦାର। ଜଣେ ଡାକୁଛି ରାଣୀ, ଆଉ ଜଣେ ଡାକୁଛି ନାଗମଣି । ଗାଇଟି ଉଭୟଙ୍କ ବୋଲ ମାନୁଛି। ଉଭୟ ଦାବିଦାରଙ୍କ ମଧ୍ୟରେ ଗାଈର ମାଲିକାନାକୁ ନେଇ ହାତାହାତି ହେବା ପରେ ଏବେ ମାମଲା ଯାଇ ଥାନାରେ ପହଞ୍ଚିଛି। ଶେଷରେ ଗାଇଟିକୁ ପୋଲିସ ନିଜ ଜିମାକୁ ନେଇଛି ।

ଗୋଟିଏ ଗାଈ, ୨ ଦାବିଦାର । ଗାଇର ମାଲିକାନାକୁ ନେଇ ଦୁଇ ପରିବାର ମୁହାଁମୁହିଁ। କଥା ଯାଇ ଏବେ ଥାନାରେ ପହଞ୍ଚିଛି।ହେଲେ ଗାଈଟିକୁ ଥାନାକୁ ଆଣି ବିବାଦର ସମାଧାନ କରିବା ବଦଳରେ ହରଡ ଘଣାରେ ପଡିଯାଇଛି ପୋଲିସ । କାରଣ ଗାଇଟି ଉଭୟ ମାଲିକଙ୍କ ବୋଲ ମାନୁଛି। କୋରାପୁଟର ଏହି ଘଟଣା ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପୋଲିସ ପଶୁ ଚିକିତ୍ସିକଙ୍କ ସହାୟତା ଲୋଡିଥିଲେ ବି କିଛି ଫଳ ମିଳିନି ।

ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ଗାଈଟିକୁ ନିଜ ଜିମାରେ ରଖିଛି ପୋଲିସ । କୋରାପୁଟ ଅଶୋକ ନଗରର ପ୍ରମୋଦ ରାଉତ ଗାଈଟିକୁ ୩ ବର୍ଷ ହେଲା ନିଜ ଘରେ ରଖି ପାଳି ଆସୁଥିବା ବେଳେ ତା ନାଁ ରାଣୀ ଦେଇଛନ୍ତି। ତେବେ ଏହି ଗାଇଟିକୁ  ସେହି ସାହିର କମଳା ମୁଦୁଲି ନିଜ ଗାଇ ବୋଲି ଦାବି କରିଛନ୍ତି। ସେ ଗାଇଟିର ନାଁ ନାଗମଣି ଦେଇଛନ୍ତି। ଗାଈଟିର ମାଲିକାନାକୁ ନେଇ ବର୍ଷେରୁ ଅଧିକ ସମୟ ଧରି ବିବାଦ ନତୁଟିବାରୁ କମଳା ଏବେ କୋରାପୁଟ ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଗାଇଟି ୨୦୧୭ ମସିହାରେ ସୋମାନଙ୍କ ଘରେ ଜନ୍ମ ନେଈଥିବା ପ୍ରମୋଦ ରାଉତଙ୍କ ପରିବାର ଦାବି କରିଛନ୍ତି । ଏପଟେ ଏହି ଗାଇର ମାଆ ଶୀବାନି ଆଉ ଗୋଟିଏ ଛୁଆ ସହ କମଳାଙ୍କ ପାଖରେ ରହୁଥିବା ମୁଦୁଲି ପରିବାର ଦାବି କରୁଛନ୍ତି। ମାଆ ଶୀବାନିର ଦୁଇ ଛୁଆ ଦେଖିବାକୁ ଏକା ପରି ହୋଈଥିବାରୁ ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଦ୍ବନ୍ଦ ଲାଗି ରହୁଛି। ସ୍ଥାନୀୟ ପଶୁ ଚିକିତ୍ସକ ଉଭୟଙ୍କ ଘରକୁ ଯାଇ ଗାଇର ଚିକିତ୍ସା କରୁଥିବା କହିବା ପରେ ଏବେ ପୋଲିସର ଅକଲ ଗୁଡୁମ ।

ତେଣୁ ପୋଲିସ ଏକ୍ସପର୍ଟଙ୍କୁ ଡାକି ସମସ୍ୟାର ସମାଧାନ କରିବ ବୋଲି କହିଛି। ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ତୃତୀୟ ପକ୍ଷକୁ ଲାଳନ ପାଳନ ପାଇଁ ହସ୍ତାନ୍ତର କରିଛି ପୋଲିସ । ସେପଟେ ଗାଇଟି ଥାନାକୁ ଯିବା ପରେ ପ୍ରମୋଦ ରାଉତଙ୍କ ପରିବାରରେ ଏବେ କାନ୍ଦ ବୋବାଳି ପଡିଛି।

   Related Posts