ହରିଣ ଛୁଆକୁ ଜନ୍ମ ଦେଲା ଗାଈ...

Published By : Prameya-News7 Bureau | April 05, 2020 IST

ଭୋପାଳ, ୦୫|୦୪:  ମଧ୍ୟପ୍ରଦେଶରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପଟେ ଦେଶ ମହାମାରୀର ମୁକାବିଲା କରୁଥିବା ବେଳେ ଏଠାକାର ସାଗର ଜିଲ୍ଲାର କୁକରୀୟାଓ ଗ୍ରାମରେ ଏକ ଗାଈ ହରିଣ ଛୁଆକୁ ଜନ୍ମ ଦେଇଛି । ଏହି ଖବର ବିଜୁଳି ବେଗରେ ଆଖପାଖ ସହରରେ ଖେଳିଯାଇଥିଲା । ଲୋକମାନେ ହରିଣ ଛୁଆକୁ ଦେଖିବା ପାଇଁ ଗ୍ରାମରେ ଗହଳି କରୁଛନ୍ତି ।

ସୂଚନାନୁସାରେ, ଗ୍ରାମର ଜଣେ କୃଷକ ଦ୍ୱାରକା ଘୋଷୀ ଗାଡରବାରାରୁ ଏକ ଗର୍ଭବତୀ ଗାଈ କିଣିଥିଲେ । ଏହାକୁ ନେଇ ସେ ଗାଁକୁ ଆସିଥିଲେ । ତେବେ ଗାଈଟି ମାର୍ଚ୍ଚ ୩ ତାରିଖରେ ଏକ ହରିଣ ଛୁଆ ଜନ୍ମ ଦେଇଥିଲା । ଏହା ଦେଖିବା ପରେ ଦ୍ୱାରକା ମଧ୍ୟ ଚକିତ ହୋଇ ପଡିଥିଲେ । ଖବର ଚାରିଆଡେ ବ୍ୟାପି ଯାଇଥିଲା । ଆଖପାଖ ଗ୍ରାମରୁ ଶହଶହ ଲୋକ ହରିଣଟିକୁ ଦେଖିବା ପାଇଁ ଆସିଥିଲେ ।

ଏନେଇ ଗତ ୨୪ ତାରିଖରେ ବନ ବିଭାଗକୁ ସୂଚନା ମିଳିଥିଲା । ତେବେ ଦ୍ୱାରକା କହିଛନ୍ତି ଯେ, ଗାଇଟି ହରିଣ ଛୁଆ ଜନ୍ମ ଦେବା ପରେ ଦୈନିକ ସାଢେ ୩ ଲିଟର ଖିର ଦେଉଛି । ସେ ହରିଣ ଛୁଆକୁ ଘରେ ରଖିଛନ୍ତି । ଅନେକ ସ୍ଥାନରୁ ଲୋକ ହରିଣ ଛୁଆକୁ ଦେଖିବାକୁ ଆସୁଛନ୍ତି ।

ଫଟୋ ସୌଜନ୍ୟ- ନ୍ୟୁଜଫ୍ଲେୟାର୍ସ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.