ଗାଈ ଜନ୍ମ ଦେଇଛି ମଇଁଷି ଛୁଆ : ଡାକ୍ତର କହିଲେ ଏହା ଅସମ୍ଭବ

Published By : Prameya-News7 Bureau | February 05, 2019 IST

ବୀଘାପୁର ୫/୨ : ଉତ୍ତରପ୍ରଦେଶରେ ଗୋଟିଏ ଗାଈ ଏଜ ମଇଁଷି ଛୁଆ ଜନ୍ମ ଦେଇଛି | ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ | କିନ୍ତୁ କଥାଟି ସତ | ଘଟଣା ଉତ୍ତର ପ୍ରଦେଶ ବୀଘାପୁର ଅଂଚଳର | ଧନିଖେଡ଼ାରେ ଏକ ଗାଇଗୋରୁ ହାଟ ବସେ | ହାଟରେ ଜଣେ ଗୋପାଳକ ନିଜ ଗାଈ ସହ ମଇଁଷି ଛୁଆକୁ ମଧ୍ୟ ବିକ୍ରି କରିବା ପାଇଁ ଯାଇଥିଲା | ସେ ଯେତେବେଳେ ଲୋକଙ୍କୁ କହିଥିଲା ଯେ, ଗାଈ ଏହି ମଇଁଷି ଛୁଆ ଜନ୍ମ କରିଛି ଲୋକେ ତା' କଥାରେ ବିଶ୍ୱାସ କରିନଥିଲେ | କିନ୍ତୁ ପରେ ଯେତେବେଳେ ଗାଈ ମଇଁଷି ଛୁଆ ଅର୍ଥାତ ନିଜେ ଜନ୍ମ କଲା ମଇଁଷି ଛୁଆକୁ ସ୍ନେହ କରିବା ଦେଖିଥିଲେ ସେତେବେଳେ ବିଶ୍ୱାସ କରିଥିଲେ |

{"id":82072,"width":578,"height":360}


ପଶୁ ଚିକିତ୍ସକ ଏହାକୁ ଏକା ଅସମ୍ଭବ ଘଟଣା ବୋଲି କହିଛନ୍ତି | ରାଇବରେଲୀରେ ରହୁଥିବା ଗଙ୍ଗା ପ୍ରସାଦଙ୍କ ଗାଈ ମଇଁଷି ଛୁଆ ଜନ୍ମ କରିଛି | ଗୋପାଳକ କହିଥିଲେ ଯେ, ହେଵତପୁର ଜଣେ ପଶୁ ଚିକିତ୍ସକ ତାଙ୍କ ଗାଈକୁ ସିମେନ ଇଞ୍ଜେକ୍ସନ ଦେବା ପରେ ଗାଈ ଗର୍ଭବତୀ ହୋଇଥିଲା | ଡାକ୍ତରଙ୍କ ଭୁଲ ସିମେନ ଯୋଗୁଁ ଗାଈ ମଇଁଷି ଛୁଆ ଜନ୍ମ କରିଛି ବୋଲି ଗଙ୍ଗା ପ୍ରସାଦ ଦାବି କରିଥିଲେ | ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ସିଂ କହିଛନ୍ତି ଯେ, ଏହା କଦାପି ସମ୍ଭବ ନୁହେଁ | ବୈଜ୍ଞାନିକ ହିସାବରେ ଗାଈ ମଇଁଷି ଛୁଆ ଜନ୍ମ କରିବା ସମ୍ଭବ ନୁହେଁ | ପ୍ରତ୍ୟେକ ପଶୁଙ୍କ ଜିନ ଅଲଗା ଅଲଗା ହୋଇଥାଏ | ସେ କହିଛନ୍ତି ଯେ, ବୋଧେ ଗାଈର ବାଛୁରୀ ଜନ୍ମ ହେବ କ୍ଷଣି ମରିଯାଇଥିବା |

ସେତେବେଳେ ପଶୁପାଳକ ମଇଁଷି ଛୁଆକୁ ଗାଈ ପାଖକୁ ନେଇ ଆସିଥିବ | ଯାହାଫଳରେ ଗାଈ ମଇଁଷି ଛୁଆକୁ ନିଜ ଛୁଆ ବୋଲି ଭାବି ନେଇଥିବ | ବାଘାପୁରରେ ନିଯୁକ୍ତ ହୋଇଥିବା ପୂର୍ବତନ ପଶୁ ଉପ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ ଅବସ୍ତି କହିଛନ୍ତି ଯେ, ଯଦି ବି ଗାଈକୁ ମଇଁଷିର ସିମେନ ଦିଆଯାଇଥିବା ତାହେଲେ ମଧ୍ୟ ଏଭଳି ପ୍ରଜନନ ହେବନାହିଁ | ଏହା ଏକା ଅସମ୍ଭବ କଥା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.