Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଗୋରୁ ଗାଡିକୁ ଏସ୍କର୍ଟ କରୁଥିବା ଯୁବକଙ୍କ ଆତଙ୍କରାଜ, ସ୍କୁଟି ଚାଳକଙ୍କୁ ମାରଣାସ୍ତ୍ରରେ କଲେ ଆକ୍ରମଣ

6/04/2021 at 8:17 AM

ଭଦ୍ରକ, ୦୬|୦୪ : ଗାଡି ସାଇଡ ମାରିବାକୁ ନେଇ ଆକ୍ରମଣ । ଗୋରୁ ଗାଡିକୁ ଏସ୍କର୍ଟ ଦେଉଥିବା ଯୁବକଙ୍କ ସଙ୍ଗବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ।  ଏପରି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରେ । ତେବେ ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନାନୁସାରେ, ପୁରୁଣାବଜାର ଅଞ୍ଚଳର ସଲମାନ ଅହମଦ ନିଜ ଘରକୁ ସ୍କୁଟିରେ ଫେରୁଥିଲେ । ଏହି ସମୟରେ କଣ୍ଟାବଣିଆ ଛକ ନିକଟରେ ଏକ କଳା ରଙ୍ଗର ସ୍କର୍ପିଓ ତାଙ୍କ ସ୍କୁଟିକୁ ସାଇଡ ମାରିଥିଲା । ସଲମାନ ସ୍କର୍ପିଓ ଡ୍ରାଇଭରକୁ ଅଟକାଇ ପଚାରିବାରୁ ତାଙ୍କୁ ଗାଡି ଭିତରେ ଥିବା ୫ ଜଣ ଯୁବକ ପ୍ଲାଷ୍ଟିକ ପାଇପ ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ତେବେ ସଲମାନ ସେଠାରୁ ଦୌଡ଼ି ପଳାଇ ନିକଟରେ ଦୋକାନରେ ଆଶ୍ରୟ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ ।

ମାଡ଼ ମାରିଥିବା ଦୁର୍ବୃତ୍ତ ମାନେ ଚୋରା ଚାଲାଣ ହେଉଥିବା ଗୋରୁ ଗାଡିର ଏସ୍କର୍ଟ ବୋଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ସଲମାନଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ତେବେ ଭଦ୍ରକ ଟାଉନ ପୋଲିସ ସ୍କର୍ପିଓକୁ ଜବତ କରି ଥାନାକୁ ଆଣିଛି । ସ୍କର୍ପିଓ ମଧ୍ୟରେ ଆକ୍ରମଣରେ ବ୍ୟବହୃତ ପାଇପ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଥିବା ସୂଚନା ମିଳିଛି । ଗାଡିରେ ଥିବା ୫ ଜଣଙ୍କୁ ସ୍ଥାନୀୟ ଲୋକେ ଚିହ୍ନଟ କରିଛନ୍ତି । ଭଦ୍ରକ ଟାଉନ ଥାନାରେ ଏତଲା ପରେ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।

   Related Posts