Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମା’ର ବାତ୍ସଲ୍ୟ ପ୍ରେମ, କୁକୁରକୁ କ୍ଷୀର ପିଆଉଛି ଗାଈ

8/05/2021 at 11:32 AM

ନୀଳଗିରି ୮।୫: ମା’ ଜାଣେ ପିଲାର ଭୋକ । ସେ ନିଜର ହେଉ କିମ୍ବା ପର ପିଲା ହେଉ । ମା’ର ବାତ୍ସଲ୍ୟର ଅନାବିଳ ପ୍ରେମ ଓ ମମତା ସଭିଙ୍କ ପାଇଁ ସମାନ । ଆଉ ନିରୀହ ପିଲାଟି ଭୋକ ଜ୍ବଳାରେ କିଛି ବୁଝେନା । ସେ ପର କି ଆପଣାର କି ପଶୁ କି ମଣିଷ । ଏମିତି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବଜାରରେ । ମଣିଷ ସମାଜ ସିନା ଭୁଲି ଯାଉଛି ମାନବିକତା କିନ୍ତୁ ଏଠି ପଶୁ ଦେଖାଇଛି ପ୍ରେମଭାବ ।

ଲକଡାଉନ୍ ସମୟରେ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ହୋଇଯିବା ଯୋଗୁଁ ଖାଦ୍ୟାଭାବରେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ପଶୁମାନେ ।ଏକ ବୁଲା କୁକୁରଟି ଭୋକ ସହିନପାରି ଗୋଟିଏ ଗାଈ ପାଖରୁ କ୍ଷୀର ପିଉଥିବାର ହୃଦୟକୁ ଛୁଇଁଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହାହିଁ ମମତାର ମୂଲ ।ଏଭଳି ଚିତ୍ର ଦେଖିଲେ ମଣିଷ ସମାଜ ଶିଖିବା ଓ ଶିଖାଇବା ସହିତ ଅନ୍ୟକୁ ପ୍ରେରଣା ଯୋଗାଇବ ନିଶ୍ଚିତ ।

   Related Posts