Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସବୁଠି ଅଛନ୍ତି କ୍ରୁର ଅମଣିଷ : ହିମାଚଳ ପ୍ରଦେଶରେ ଗାଈକୁ ଖୁଆଇଲେ ବିସ୍ଫୋରକ

6/06/2020 at 2:58 PM

ସିମ୍‌ଲା ୦୬।୦୬ :  ଦେଶରେ ଏବେ ପଶୁ ବିରୋଧରେ ତୁଚ୍ଛ ମାନବିକତା କାର୍ଯ୍ୟ ଦେଖାଦେଇଛି । ସାଧାରଣତଃ କିଛି ଲୋକଙ୍କ ପାଇଁ ପୂରା ସମାଜ ବଦ୍‌ନାମ ହେଉଛି ।   କିଛି ଦିନ ତଳେ  ଉତ୍ତର କେରଳର ମଲପ୍ପୁରମ ଜିଲ୍ଲାରେ  କିଛି ଲୋକ ଏକ ଗର୍ଭବତୀ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରି ଖୁଆଇ ଦେଇଥିଲେ । ଯାହାଫଳରେ ହାତୀର ମୃତ୍ୟୁ ହୋଇଥିଲା । ଏହି ଘଟଣାଟିରେ ଜଣଙ୍କୁ ମଧ୍ୟ  ଗିରଫ କରାଯାଇଛି । କିନ୍ତୁ ଏହି ଘଟଣାର ବିବାଦ ଥମିନଥିବା ବେଳେ ଆଉ ଗୋଟିଏ ଘଟଣା ସାମ୍ନାକୁ ଆସିଛି ।  ହିମାଚଳ ପ୍ରଦେଶର ବିଲାସପୁର ଜିଲ୍ଲାରେ ଗୋଟିଏ ଗର୍ଭବତୀ ଗାଇକୁ ବିସ୍ପୋରକ ଖାଇବାକୁ ଦେଇଥିଲା । ଯାହାଫଳରେ ଗାଇଟି ବିସ୍ଫୋରକ ଫାଟି ଗାଇଟି ଗୁରୁତର ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଗାଇର ମାଲିକ ଏହି ଘଟଣା ନେଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରିଦେଇଛନ୍ତି । ଯାହାକି ଖୁବ ଭାଇରାଲ ହେବାର ଲାଗିଛି । ପୋଲିସ ଏହି ଘଟଣାରେ କେସ୍ ରୁଜୁ କରିଛି । ପୂରା ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି ପୋଲିସ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, କେରଳ ଗର୍ଭବତୀ ହାତୀକୁ ହତ୍ୟା ମାମଲାର ଜଣକୁ ଗିରଫ କରାଯିବା ସହ  ୩ଜଣ ସନ୍ଦିଗ୍ଧଙ୍କୁ ପୋଲିସ ପଚରାଉଚୁରା କରୁଥିବା ଗୁରୁବାର ଦିନ ବନବିଭାଗ ସୂଚନା ଦିଆଯାଇଥିଲା । ଅନ୍ୟ ଦୁଇଜଣକୁ ପୋଲିସ ଖୋଜୁଛି । ସେପଟେ ହାତୀ ମୃତ୍ୟୁ ନେଇ ସାରାଦେଶରେ ଚର୍ଚ୍ଚ ଜୋର ଧରିଛି ।  ମାମଲାରେ ଗମ୍ଭୀର ଶୋକ ପ୍ରକାଶ କରି ରାଜ୍ୟକୁ ରିପୋର୍ଟ ମାଗିଛନ୍ତି  କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ।

   Related Posts