Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କଳିଯୁଗର ପ୍ରଭାବ ! ଗାଈ ଖାଉଛି ଚିକେନ

26/03/2019 at 5:16 PM

ବୁଲଢାନା ୨୬/୩ : ଗାଈ ଶାନ୍ତ ଏବଂ ସରଳ ଗୃହପାଳିତ ପଶୁ | ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଇଥାଏ | ଗାଈକୁ ଗୋମାତା ବୋଲି ମଧ୍ୟ କୁହାଯାଏ | ଗାଈ ଘାସ, ଗଛପତ୍ର, କୁଣ୍ଡା ଆଦି ଖାଏ ବୋଲି ଆମେ ଜାଣିଛୁ | ବେଳେବେଳେ କାଗଜପତ୍ର ମଧ୍ୟ ଖାଇଥାଏ ଗାଈ | କିନ୍ତୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି | ଗୋଟିଏ ଗାଈ ମାଂସ ଖାଉଥିବା ଦେଖିବାକୁ ମିଳିଛି | ଶୁଣିବାକୁ ଅଜବ ଲାଗୁଥିବ ନିଶ୍ଚୟ ଯେ ଗାଈ କେମିତି ମାଂସ ଖାଉଛି ! କିନ୍ତୁ ଏହା ସତ | ଗୋଟିଏ ଗାଈ ଏମିତି ଅଛି ଯିଏକି ଚିକେନ ଖାଉଛି |


୫ ଦିନ ପୂର୍ବରୁ ଗୋଟିଏ ଗାଈ କୁକୁଡ଼ାକୁ ଖାଇଦେଇଥିବା ଭିଡିଓ ଭାଇରାଲ ହୋଇଛି | ଘଟଣା ମହାରାଷ୍ଟ୍ର ବୁଲଢାନା ଜିଲ୍ଲାର | ଟାକରଖେଣ୍ଡ ଗାଁର ଜଣେ କୃଷକଙ୍କ ଗାଈ ୨ ଥର କୁକୁଡ଼ା ଖାଇଥିବା ଗାଁଲୋକେ ଦେଖିଥିଲେ | ଗାଈ କୁକୁଡ଼ା ଖାଉଥିବା ଦେଖି ଖବର ଆଖପାଖ ଗାଁରେ ପ୍ରଚାର ହୋଇଗଲା | ଘଟଣା ଶୁଣି ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କିନ୍ତୁ ନିଜ ଆଖିରେ ଯେତେବେଳେ ସମସ୍ତେ ଦେଖିଥିଲେ ସେତେବେଳେ ବିଶ୍ୱାସ କରିଥିଲେ |


ଭିଡିଓରେ ଦେଖନ୍ତୁ ଗାଈ କିଭଳି ଅତି ସହଜରେ କୁକୁଡ଼ାକୁ ଖାଇ ଯାଉଛି | ଏ ହେଉଛି ମାଂସାହାରୀ ଗାଈ | ଏକ ସାକାହାରୀ ପଶୁ ମାଂସ ଖାଇବା ନେଇ ବୈଜ୍ଞାନିକ ତଥ୍ୟ ଖୋଜାଯାଇଥିଲା |


ଜଣେ ପଶୁ ଚିକିତ୍ସକ ଅଧିକାରୀଙ୍କୁ ଏହାର ବୈଜ୍ଞାନିକ କାରଣ ଜାଣିବାକୁ ଚେଷ୍ଟା କରିଥିଲେ ଗାଁଲୋକେ | ପଶୁ ଚିକିତ୍ସକ ଅଧିକାରୀ କହିଥିଲେ ଯେ, ଏଭଳି ହୁଏନାହିଁ | ଏହା ଏକ ଅସ୍ୱାଭାବିକ ଘଟଣା | କିନ୍ତୁ ଯେତେବେଳେ କୌଣସି ପଶୁର ଶରୀରରେ ମିନେରାଲ ଏବଂ କ୍ୟାଲସିୟମ ମାତ୍ରା କମିଯାଏ ସେତେବେଳେ କିଛି ପଶୁ ବା ଜୀବ ଏହିଭଳି କରିଥାନ୍ତି |

   Related Posts