ଭାରତରେ କୋଭିସିଲ୍ଡ ଟିକା ବ୍ୟବହାରକୁ ଅନୁମତି, ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ଟିକାକରଣ

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ ୦୧/୦୧ :  ଭାରତରେ କୋଭିସିଲ୍ଡ ଟିକାକୁ ମାନବିକ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଏକ୍ସପର୍ଟ କମିଟି । ଅକ୍ସଫୋର୍ଡର ଏହି ଟିକାକୁ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିଲା । ଦୀର୍ଘ ଦିନର ପରୀକ୍ଷା ନୀରିକ୍ଷା ପରେ ଏହି ସଫଳତା ମିଳିଛି । ଏହା ସହ କରୋନା ବିରୋଧରେ ଲଢିବା ପାଇଁ ଦେଶ ଆଉ ପାଦେ ଆଗେଇଛି ।

ପରୀକ୍ଷଣ ବେଳେ ଏହା ସକାରାତ୍ମକ ପ୍ରଭାବ ପକାଉଥିବାରୁ ଏହାକୁ ବ୍ୟବହାର ପାଇଁ ଅନୁମତି ମିଳିଥିବା ସୂଚନା ମିଳିଛି । ଏକ୍ସପର୍ଟମାନଙ୍କ ଦ୍ବାରା ବ୍ୟାପକ ତର୍ଜମା ପରେ ଭାରତରେ କୋଭିସିଲ୍ଡ ଟିକାକୁ ମାନବିକ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଏହା ପୂର୍ବରୁ ବ୍ରିଟିଶ୍ ଲାବ୍ରୋଟୋରୀ ଏହାକୁ ୭୦ ପ୍ରତିଶତ ପ୍ରଭାବୀ ଦର୍ଶାଇଥିଲା । ତେବେ ବିଶେଷଜ୍ଞ ଟିମଙ୍କ ସ୍ବୀକୃତି ପରେ DCGIର ଅନୁମତିକୁ ଅପେକ୍ଷା କରାଯାଇଛି । ଖୁବ ଶୀଘ୍ର ଭାରତରେ କୋଭିସିଲ୍ଟ ଟିକା ବ୍ୟବହାର ହେବ ବୋଲି ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.