ଖୁସି ଖବର : ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ
12/01/2021 at 4:07 PM

ଭୁବନେଶ୍ବର ୧୨।୧: ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି । ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ରୁ କୋଭିସିଲ୍ଡ ଟିକା ଭୁବନେଶ୍ବରରେ ପହଞ୍ଚିଛି । କଡା ସୁରକ୍ଷା ବଳୟ ମଧ୍ୟରେ ଏହି ଟିକା ରାଜ୍ୟ ଔଷଧ ନିଗମକୁ ନିଆଯାଉଛି । ଆସନ୍ତ ୧୬ ତାରିଖରେ ଟିକାକରଣ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ଯେତିକି ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଏହି ଟିକା ଦିଆଯିବ । ଏହାପରେ ଆଉ ୨୦ ହଜାର କୋଭାକ୍ସିନ୍ ଚିକା ଖୁବ୍ଶୀଘ୍ର ଆସି ପହଞ୍ଚିବ । ପ୍ରଥମେ ବୟସ୍କ ଓ ହାଇରିକ୍ସ ଜୋନ୍ରେ କାର୍ଯ୍ୟରତ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ ।
Related Posts
ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ
19 January 2021
ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
19 January 2021
ବଲାଙ୍ଗୀରରେ ଆଜି ଶୁଳିଆ ଯାତ୍ରା, କୋଭିଡ କଟକଣା ସତ୍ତ୍ୱେ ପୀଠରେ ପଡିବ ବଳି
19 January 2021