Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ୍‌ ପାଇଁ ପୂର୍ବରୁ ନିଆଯାଇଥିବା ଆପଏଣ୍ଟମେଣ୍ଟ ହେବନି ରଦ୍ଦ, ଠିକ୍‌ ସମୟରେ ମିଳିବ ଭ୍ୟାକସିନ୍‌

16/05/2021 at 9:24 PM

ନୂଆଦିଲ୍ଲୀ ୧୬/୫: କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ନେବାର ସମୟ ଅବଧି ୮୪ ଦିନ ହୋଇଛି । ୮୪ ଦିନ ପୂର୍ବରୁ କୋଓ୍ବିନ୍‌ ଆପ୍‌ରେ ଏନେଇ ଆପଏଣ୍ଟମେଣ୍ଟ ମିଳିପାରିବ ନାହିଁ। କିନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦ୍ବିତୀୟ ଡୋଜ୍‌ ପାଇଁ ଯେଉଁମାନେ ପୂର୍ବରୁ ସମୟ ପାଇଛନ୍ତି ସେହି ସମୟ ବୈଧ ରହିବ। ଅର୍ଥାତ ପ୍ରଥମ ଡୋଜ୍‌ ନେବା ପରେ ସେମାନେ ଦ୍ବିତୀୟ ଡୋଜ୍‌ ନିଜର ଆପଏଣ୍ଟମେଣ୍ଟ ଅନୁସାରେ ନେଇପାରିବେ।

କିନ୍ତୁ ତାପରେ ୮୪ ଦିନ ପୂର୍ବରୁ ଲାଭାର୍ଥୀ ଅନଲାଇନ୍‌ରେ ସମୟ ପାଇପାରିବେ ନାହିଁ।  ୧୩ ମେ’ରେ କେନ୍ଦ୍ର ସରକାର କୋଭସିଲ୍ଡ ଟିକାର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍ ମଧ୍ୟରେ ଅନ୍ତରକୁ ବଢ଼ାଇ ୧୨-୧୬ ସପ୍ତାହ କରିଥିଲେ। ଏନେଇ କେନ୍ଦ୍ର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଦେଇଛି। ଏହି ସମୟ ଅବଧି ପରିବର୍ତ୍ତନ ନେଇ କୋଓ୍ବିନ୍‌ ଆପରେ ମଧ୍ୟ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି।

ମିଡିଆରେ ପ୍ରକାଶିତ କିଛି ଖବର ଅନୁସାରେ କୋଓ୍ବିନ୍‌ ଆପ୍‌ରେ କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ୍‌ ପାଇଁ ଯେଉଁମାନେ ୮୪ ଦିନ ପୂର୍ବରୁ ଆପଏଣ୍ଟମେଣ୍ଟ ନେଇଥିଲେ ସେମାନଙ୍କୁ ଟିକା କେନ୍ଦ୍ରରୁ ଫେରିବାକୁ ପଡ଼ୁଛି। କିନ୍ତୁ ପୂର୍ବରୁ ସମୟ ପାଇସାରିଥିବା ଲାଭାର୍ଥୀଙ୍କ ସମୟ ବୈଧ ରହିବ ବୋଲି ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। କୋଓ୍ବିନ୍‌ ଆପରେ ତାହାକୁ ରଦ୍ଦ କରାଯାଉନାହିଁ। ଏହା ସହ ଆପରେ ଲାଭାର୍ଥୀଙ୍କୁ ଦ୍ବିତୀୟ ଡୋଜ୍‌ ପାଇଁ ୮୪ ଦିନ ପରେ ଆପଏଣ୍ଟମେଣ୍ଟ ନେବାକୁ ପରାମର୍ଶ ଦିଆଯାଇଛି।

   Related Posts