Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କରୋନା ମସ୍କୋ ଷ୍ଟ୍ରେନକୁ ନେଇ ଆତଙ୍କ, ୩ ସପ୍ତାହରେ ୩ ଗୁଣା ବଢିଛି ସଂକ୍ରମଣ

18/06/2021 at 8:37 PM

ମସ୍କୋ : ସାରା ବିଶ୍ୱ ଏବେ କରୋନା ଭାଇରସ୍‌ ମହାମାରୀକୁ ନେଇ ତ୍ରସ୍ତ। ଏଥିରେ ଭୂତାଣୁର ବାରମ୍ବାର କାୟାକଳ୍ପ ଚିକିତ୍ସା ବିଜ୍ଞାନ ଲାଗି ନୂଆ ଆହ୍ୱାନ ସୃଷ୍ଟି କରିଛି। ଋଷିଆ ରାଜଧାନୀରେ କରୋନାର ଏକ ନୂଆ ଷ୍ଟ୍ରେନ୍‌ ବ୍ୟାପିବାରେ ଲାଗିଛି। ଏହାକୁ ସ୍ଥାନର ନାମ ଅନୁସାରେ ନାମିତ କରାଯାଇଛି। ଏହି ଭୂତାଣୁ ୩ ସପ୍ତାହରେ ୩ ଗୁଣା ଲୋକଙ୍କୁ ସଂକ୍ରମିତ କଲାଣି। ମସ୍କୋର ମୋଟ ଜନସଂଖ୍ୟା ୧.୨ କୋଟି। ଏଠାରେ ୨ ସପ୍ତାହ ପୂର୍ବରୁ ଦୈନିକ ସଂକ୍ରମଣ ହାର ୩ ହଜାର ପାଖାପାଖି ରହୁଥିଲା। ତେବେ ଗତ ସୋମବାର ଏଠାରେ ସର୍ବାଧିକ ୯ହଜାର ୫୬ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି।

ଋଷିଆରେ କରୋନା ମୁକାବିଲା ଲାଗି ଅନେକ ସମୟରୁ ଟିକା ଆସିସାରିଛି। ଲୋକଙ୍କ ଟିକାକରଣ ମଧ୍ୟ ହୋଇଛି, ଏଥିରେ ସଂକ୍ରମଣ ବ୍ୟାପିବାରୁ ଏବେ ଲୋକଙ୍କୁ ଦିଆଯାଇଥିବା ସ୍ପୁଟନିକ-ଭି ଟିକାର କ୍ଷମତାକୁ ନେଇ ସନ୍ଦେହ ଉପୁଜିଛି। ଏଣୁ ଗବେଷକ ନୂଆ ଷ୍ଟ୍ରେନରେ ଟିକା ପ୍ରଭାବି କି ନା ତାହା ଜାଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ କରୋନାର ଯେ କୌଣସି ଷ୍ଟ୍ରେନରେ ବି ଏହି ଟିକା ପ୍ରଭାବି ବୋଲି ଗବେଷକ ଦାବି କରୁଥିବା ବେଳେ ନୂଆ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି।

ଋଷିଆ ରାଜଧାନୀ ମସ୍କୋରେ ଗତ ମଇ ପ୍ରଥମ ସପ୍ତାହରୁ କରୋନା ସଂକ୍ରମଣ ଦେଖା ଦେଇଛି। ଭୂତାଣୁ ତୀବ୍ର ବ୍ୟାପିବାରେ ଲାଗିଥିବା ବେଳେ ଲୋକେ ବହୁସଂଖ୍ୟାରେ ସଂକ୍ରମିତ ହେଉଛନ୍ତି। ଏଣୁ ସଂକ୍ରମଣ ପଛରେ ଭୂତାଣୁ ନୂଆ ଷ୍ଟ୍ରେନ ଥିବାର ଆଶଙ୍କା ଦୃଢ ହେଉଛି। ଋଷିଆରେ ଅନ୍ୟ ଦେଶ ଭଳି ୨୦୨୦ରେ କରୋନା ବ୍ୟାପିଥିଲା। ତେବେ ରାଜଧାନୀରେ କେବେବି ଦିନକରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇନଥିଲେ। ଏଣୁ ଭୂତାଣୁ ତୀବ୍ର ବ୍ୟାପୁଥିବାର ସନ୍ଦେହ କରାଯାଉଛି।  

   Related Posts