Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୨୯ ଦେଶରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ ‘ଲେମ୍ବଡା ‘: ସ୍ପଷ୍ଟ କଲା WHO

18/06/2021 at 4:43 PM

ନୂଆଦିଲ୍ଲୀ ୧୮/୦୬ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଦିନ ୨୯ ଦେଶରେ କରୋନାର ନୂଆ ଭାରିଏଣ୍ଟ ଲେମ୍ବଡା ଭାରିଏଣ୍ଟ ଚିହ୍ନଟ କରିଛି ଏବଂ ବିଶେଷ ଭାବରେ ଦକ୍ଷିଣ ଆମେରିକାରେ ଏହା ଉତ୍ପନ୍ନ ହୋଇଛି। WHO ନିଜର ସାପ୍ତାହିକ ଅପଡେଟରେ କହିଛି ଯେ ପ୍ରଥମେ ପେରୁରେ ଚିହ୍ନିତ ହୋଇଥିବା ଲେମ୍ବଡା ଭାରିଏଣ୍ଟ, ଦକ୍ଷିଣ ଆମେରିକାରେ ଏହାର ବ୍ୟାପକ ଉପସ୍ଥିତି ହେତୁ ଜୁନ୍ ୧୪ ରେ ଗ୍ଲୋବାଲ୍ ଭାରିଏଣ୍ଟ ଅଫ୍ ଇଣ୍ଟର୍ସ ଭାବରେ ଶ୍ରେଣୀଭୁକ୍ତ ହୋଇଥିଲା।

ଅଧିକାରୀ କହିଛନ୍ତି ଯେ ପେରୁରେ ଲେମ୍ବଡା ଭାରିଏଣ୍ଟ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡିଛି। ପେରୁରେ ଏପ୍ରିଲ୍ ୨୦୨୧ ଠାରୁ ଏବେ ସୁଦ୍ଧା ୮୧ ପ୍ରତିଶତ କରୋନା ମାମଲା ଏହି ଭାରିଏଣ୍ଟ ସହ ଜଡିତ। ଅନ୍ୟପକ୍ଷରେ ଚିଲିରେ ଗତ ୬୦ ଦିନ ମଧ୍ୟରେ ଦାଖଲ ହୋଇଥିବା ସିକ୍ୱେନ୍ସରେ ୩୨ ପ୍ରତିଶତରେ ଏହି ଭାରିଏଣ୍ଟ ଦେଖିବାକୁ ମିଳିଛି। ଆର୍ଜେଣ୍ଟିନା ଏବଂ ଇକ୍ୟୁଏଡର୍ ପରି ଅନ୍ୟ ଦେଶରେ ମଧ୍ୟ ଏହି ଭାରିଏଣ୍ଟର ଅନେକ ମାମଲା ପଞ୍ଜିକୃତ ହୋଇଛି l

WHO କହିଛି ଯେ ଲେମ୍ବଡା ଭାରିଏଣ୍ଟ ପରିବର୍ତ୍ତନ ହୋଇଥାଏ ଯାହା ସଂକ୍ରମଣ କ୍ଷମତା ବଢ଼ାଇପାରେ। ଆହୁରି ମଧ୍ୟ ଏହି ସଂକ୍ରମଣର ସାମ୍ନାରେ ଆଣ୍ଟିବଡି ପ୍ରଭାବିତ ହେବ ନାହିଁ। ସଂଗଠନ କହିଛି ଯେ ଲେମ୍ବଡା ଭାରିଏଣ୍ଟକୁ ଭଲଭାବେ ବୁଝିବାକୁ ଆହୁରି ଅଧିକ ଅଧ୍ୟୟନ ଆବଶ୍ୟକ।ଭାଇରସର ଯେକୌଣସି ରୂପ ସେତେବେଳେ ଚିନ୍ତାଜନକ ହୋଇଥାଏ ଯେତେବେଳେ ବୈଜ୍ଞାନିକ କୁହନ୍ତି ଯେ ଏହା ଅଧିକ ସଂକ୍ରାମକ ତଥା ଗମ୍ଭୀର ରୂପେ ଆକ୍ରାନ୍ତ କରିପାରେ। ଚିନ୍ତାଜନକ ଭାରିଏଣ୍ଟ ଚିହ୍ନଟ କରିଥିବା ଯାଞ୍ଚ, ଉପଚାର, ଟିକା ମଧ୍ୟ ଏହା ବିରୋଧରେ କମ୍ ପ୍ରଭାବଶାଳୀ ହୋଇପାରେ।

ତେବେ ଭାଇରସର ଏହି ଭାରିଏଣ୍ଟ କାଳେ ସାରା ବିଶ୍ୱରେ ବ୍ୟାପିଯିବ ସେ ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବର୍ତ୍ତମାନ ଡେଲଟା ଭାରିଏଣ୍ଟ ମଧ୍ୟ ଚିନ୍ତା ବଢ଼ାଇଛି। ବ୍ରିଟେନ ଦାବି କରିଛି ଯେ ୧୧ ଦେଶରେ ମାମଲା ଦ୍ୱିଗୁଣିତ ହୋଇଛି ଏବଂ ଏଥିପାଇଁ ଡେଲଟା ଭାରିଏଣ୍ଟ ଦାୟୀ ବୋଲି ଜଣାପଡିଛି। ବ୍ରିଟେନରେ ଫେବୃଆରୀ ଶେଷରୁ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ସର୍ବାଧିକ ୮ ହଜାର ୧୨୫ ମାମଲା ସାମ୍ନାକୁ ଆସିଛି ଏବଂ ଜନସ୍ୱାସ୍ଥ୍ୟ ଇଂଲଣ୍ଡ (PHE) ଜାଣିବାକୁ ପାଇଛି ଯେ ସର୍ବ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା ଡେଲଟା ଭାରିଏଣ୍ଟ (B1.617.2) ମାମଲା ଗୋଟିଏ ସପ୍ତାହରେ ପାଖାପାଖି ୩୦ ହଜାରରୁ ବୃଦ୍ଧି ପାଇ ୪୨ ହଜାର ୩୨୩ ହୋଇଛି।

   Related Posts