କର୍ଣ୍ଣାଟକରେ ୧୮ ରୁ ୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମାଗଣା ଭ୍ୟାକସିନ୍‌, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା

Published By : Prameya-News7 Bureau | April 26, 2021 IST

ବେଙ୍ଗାଲୁରୁ ୨୬/୦୪ : କର୍ଣ୍ଣାଟକରେ ୧୮-୪୪ ବର୍ଷ ବୟସ୍କ ସମସ୍ତଙ୍କୁ ମିଳିବ ମାଗଣା ଭ୍ୟାକସିନ୍‌ । ଏ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପା । ଟ୍ବିଟ୍‌ କରି ୟେଦିୟୁରପ୍ପା କହିଛନ୍ତି, ‘ ସମସ୍ତ ଟିକାକରଣ କେନ୍ଦ୍ରରେ ଭ୍ୟାକସିନ୍‌ ଉପଲବ୍ଧ ହେବ ଏବଂ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତଙ୍କୁ ମାଗଣାରେ ଭ୍ୟାକସିନ ଦିଆଯିବ । ଯେଉଁମାନେ ଟିକା ନେବାକୁ ଅଛି ସେମାନେ ଆସନ୍ତା ବୁଧବାର ଠାରୁ ପଞ୍ଜିକରଣ କରିପାରିବେ।’

wp:embed {"url":"https://twitter.com/BSYBJP/status/1386615644267814914","type":"rich","providerNameSlug":"twitter","responsive":true,"className":""}
https://twitter.com/BSYBJP/status/1386615644267814914
/wp:embed

ଏହା ପୂର୍ବରୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ (କୋଭିଡ୍‌ କର୍ଫ୍ୟୁ) ଲାଗୁ କରିଛନ୍ତି । ମଙ୍ଗଳବାର ରାତି ୯ଟାରୁ ଏହି ନିୟମ ଲାଗୁହେବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ . ୟେଦିୟୁରପ୍ପା । ୧୪ ଦିନ ଯାଏଁ କର୍ଣ୍ଣାଟକରେ ଲକଡାଉନ୍‌ ଲାଗୁ ରହିବା ନେଇ ଘୋଷଣା କରାଯାଇଛି ।

ଲକଡାଉନ୍‌ (କୋଭିଡ୍‌ କର୍ଫ୍ୟୁ) ସମୟକୁ କିଛିଟା କୋହଳ ମଧ୍ୟ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ଟାରୁ ଦିନ ୧୦ ଟା ଯାଏଁ କଟକଣା କୋହଳ କରାଯାଇଛି । ଦିନ ୧୦ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଦିନ ୧୦ଟା ପରେ ନିର୍ଦ୍ଦିଷ୍ଟ କେତେକ ସଂସ୍ଥା ଚାଲୁ ରଖିବା ପାଇଁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ନିର୍ମାଣ କାର୍ଯ୍ୟ, ଉତ୍ପାଦନ କ୍ଷେତ୍ର, ଚାଷ କାର୍ଯ୍ୟ ଏବଂ ଜରୁରୀ ସେବାକୁ ଲକଡାଉନ୍‌ ରୁ ବାଦ ଦିଆଯାଇଛି । ସର୍ବସାଧାରଣ ପରିବହନ ବନ୍ଦ ରହିବା ନେଇ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ୩୪,୮୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୧୪୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କେବଳ ବେଙ୍ଗଲୁରୁରେ ୨୦,୭୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧିପାଉଥିବାରୁ ବାଧ୍ୟ ହୋଇ ୧୪ ଦିନିଆ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.