Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମହାରାଷ୍ଟ୍ର ଓ ଛତିଶଗଡରେ ସୁଧୁରୁଛି ସ୍ଥିତି: ଗୋଆରେ ବ୍ୟାପୁଛି ସଂକ୍ରମଣ ୪୧ ପ୍ରତିଶତ ଲୋକେ ପଜିଟିଭ ଚିହ୍ନଟ

7/05/2021 at 9:16 AM

ନୂଆଦିଲ୍ଲୀ ୭/୫ : ଦେଶରେ କୋଭିଡ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସଂକ୍ରମଣ ଏବଂ ମୃତ୍ୟୁର ଆକଳନ ପରେ, ବର୍ତ୍ତମାନ ବୃଦ୍ଧି ପାଉଥିବା ପଜିଟିଭ ସଂଖ୍ୟା ବି ଚିନ୍ତା ବଢାଉଛି । ଦେଶର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୋଆରେ ଦୈନିକ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏପ୍ରିଲ ୨୧ ରୁ ମେ ୪ ମଧ୍ୟରେ ୪୧ ପ୍ରତିଶତ ରହିଛି ପଜିଟିଭ ହାର ।

କେବଳ ଏତିକି ନୁହେଁ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅତି କମରେ ୧୩ଟି ଟି ରାଜ୍ୟରେ ଏହି ସଂଖ୍ୟା ୨୧ ପ୍ରତିଶତରୁ ଅଧିକ ଥିଲା । ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ୪୦ ଦିନରେ ରେକର୍ଡ ହୋଇଥିବା ତଥ୍ୟ ଦର୍ଶାଇଛି ଯେ ଗୋଆର ପଜିଟିଭ ରେକର୍ଡ ୪୧% ରହିଛି । ଏହା ବ୍ୟତୀତ ଦିଲ୍ଲୀରେ ଏହି ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଏଠାରେ ୮ ରୁ ୨୧ ଏପ୍ରିଲ ମଧ୍ୟରେ ଏହି ହାର ୧୯ ପ୍ରତିଶତରେ ଥିଲା । ଯାହାକି ୨୧ ଏପ୍ରିଲରୁ ୪ ମେ ମଧ୍ୟରେ 32 ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ମାର୍ଚ୍ଚ ତୁଳନାରେ କେବଳ ଗୋଟିଏ ରାଜ୍ୟ ଥିଲା ଯାହା ୭ ପ୍ରତିଶତ ପଜିଟଭ ହାର ଅତିକ୍ରମ କରିଥିଲା ​ । ଅନ୍ୟପଟେ ମହାରାଷ୍ଟ୍ର ଓ ଛତିଶଗଡରେ ସ୍ଥିତିରେ ସୁଧାର ଆସିବାରେ ଲାଗିଛି ।

   Related Posts