Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଏହି ସବୁ ରାଜ୍ୟରୁ ଆସୁଥିବା ଲୋକେ ସାବଧାନ ! ନେଗେଟିଭ୍ ରିପୋର୍ଟ ଦେଖାଇଲେ ଯାଇ ମହାରାଷ୍ଟ୍ରରେ ମିଳିବ ପ୍ରବେଶ ଅନୁମତି

23/11/2020 at 8:09 PM

ମୁମ୍ବାଇ ୨୩।୧୧: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ବଡ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ, ଏବେ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆ ଏହି ଚାରି ରାଜ୍ୟରୁ ମହାରାଷ୍ଟ୍ର ଆସୁଥିବା ଲୋକଙ୍କୁ ରାଜ୍ୟରେ ପ୍ରବେଶ ପାଇଁ ହେଲେ ପ୍ରଥମେ କୋଭିଡ୍-୧୯ର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ। ବିନା ନେଗେଟିଭ୍ ରିପୋର୍ଟରେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ ନାହିଁ।

ଯେଉଁ ଲୋକଙ୍କ ପାଖରେ ରାଜ୍ୟରେ ପ୍ରବେଶ ସମୟରେ ନେଗେଟିଭ୍ ରିପୋର୍ଟ ନଥିବ ସେମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଆଦେଶରେ କୁହାଯାଇଛି ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ରାଜ୍ୟକୁ ଆସୁଥିବା ଲୋକଙ୍କ କୋଭିଡ୍-୧୯ ଯାଞ୍ଚ କରାଯିବ। ଯାହାଙ୍କଠାରେ ଲକ୍ଷଣ ନଥିବ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ।

ରାଜ୍ୟ ସରକାର କହିଛନ୍ତି, ନେଗେଟିଭ୍ ରିପୋର୍ଟ ସହିତ ମହାରାଷ୍ଟ୍ର ଆସୁଥିବା ଲୋକଙ୍କୁ କୋଭିଡ୍-୧୯ ନେଇ ନିର୍ଦ୍ଧାରିତ ସମସ୍ତ ଗାଇଡ୍‌ଲାଇନ୍‌ର ପାଳନ କରିବାକୁ ପଡିବ। ମାସ୍କ ନଲଗାଇ ଧରା ପଡିଲେ ଜୋରିମାନା ମଧ୍ୟ ଦେବାକୁ ପଡିବ। ଏଥିସହ ରାଜ୍ୟ ସରକାର ଦିଲ୍ଲୀରୁ ଆସୁଥିବା ଟ୍ରେନ ଓ ଉଡାଣ ଉପରେ କଟକଣା ଲଗାଇବା ଉପରେ ବିଚାର କରୁଛନ୍ତି।

   Related Posts