ବେଙ୍ଗାଲୁରୁ ୧୩।୩: ବେଙ୍ଗାଲୁରୁସ୍ଥିତ ଗୁଗଲ ଅଫିସରେ କାମ କରୁଥିବା ଜନୈକ କର୍ମଚାରୀ ସିଓଭିଡି-୧୯ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଫଳରେ ଗୁଗଲ କାର୍ଯ୍ୟାଳୟ ବନ୍ଦ କରିଥିବା ବେଳେ କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଗଲଙ୍କ ଏହି ନିର୍ଦ୍ଦେଶ ୧୪ ମାର୍ଚ୍ଚ ଶନିବାର ଲାଗୁ ହେବ।
{"id":237622,"sizeSlug":"large"}ଭାରତରେ ଏପର୍ଯ୍ୟନ୍ତ କୋରନା ଭାଇରସ ପଜେଟିଭ ୭୬ଟି ମାମଲା ସ୍ପଷ୍ଟ ହୋଇଛି। ଏଥିରେ ଜଣେ ୭୪ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି କୁହାଯାଇଛି। ସେପଟେ ଦେଶରେ କରୋନା ସଂକ୍ରମଣ ପରଠାରୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଛି। ଏଠାରୁ ଦୈନିକ ଯେତିକି ଯାତ୍ରୀ ଆତଯାତ ହେଉଥିଲେ ସେଥିରେ ୩୬ ପ୍ରତିଶତପର୍ଯ୍ୟନ୍ତ ହ୍ରାସ ହୋଇଥିବା ଜଣାପଡିଛି।
{"id":237624,"sizeSlug":"large"}ପ୍ରତିଦିନ ଜାତୀୟ ରାଜଧାନୀକୁ ଏହି ବିମାନ ବନ୍ଦର ରାସ୍ତାରେ ୨୫ ହଜାରରୁ ଅଧିକ ଲୋକେ ପ୍ରବେଶକରୁଥିଲେ। ଏବେ ସେମାନଙ୍କ ସଂଖ୍ୟା ୧୬ ହଜାରକୁ କମି ଆସିଛି। ଗୁରୁବାର ରାତି ୧୨ଟାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସବୁଦେଶର ପର୍ଯ୍ୟଟକଙ୍କ ଲାଗି ଟୁରିଷ୍ଟ ଭିସା ନିଲମ୍ବିତ ହୋଇଛି। ସେପଟେ ଭୁଟ୍ଟାନ, ଇରାନ, ମାଲଦ୍ୱୀପ ଓ ଇଟାଲୀ ଆଦି ଦେଶମାନେ କରୋନା ବିରୋଧରେ ସଂଗ୍ରାମ ଲାଗି ଭାରତର ସହଯୋଗ କାମନା କରିଛନ୍ତି। ଏଥିଲାଗି ଏହି ଦେଶମାନେ ମାସ୍କ ଓ ଅନ୍ୟ ସୁରକ୍ଷା ଉପକରଣ ଯୋଗାଣ ନିମନ୍ତେ ନିବେଦନ କରିଥିବା ଜଣାପଡିଛି।