କୋଭିଡ ପରୀକ୍ଷଣରେ ପୁଣି ଥରେ ପଜିଟିଭ ଚିହ୍ନଟ ହେଲେ ଭାରତର କରୋନା ‘ଜିରୋ’ କେସ୍

Published By : Prameya-News7 Bureau | July 13, 2021 IST

ତ୍ରିସୁର ୧୩।୭: ଗତବର୍ଷ କରୋନା ସଂକ୍ରମଣ କାଳରେ ଦେଶରେ ପ୍ରଥମ ସଂକ୍ରମିତ ଚିହ୍ନଟ ଛାତ୍ରୀ ଦ୍ୱିତୀୟବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଆରଟି ପିସିଆର ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଛି। କେରଳ ତ୍ରିସୁରର ଏହି ଛାତ୍ରୀ ଲକ୍ଷଣ ବିହୀନ ତେବେ ତାଙ୍କୁ ଡାକ୍ତର ଆଇସୋଲେସନ କରାଇଛନ୍ତି।  ତ୍ରିସୁର ଡିଏମଓ ଡା.କେ.ଜେ.ରିନା ସେ ପୁଣି ଥରେ ସଂକ୍ରମିତ ହୋଇଥିବାର ମଙ୍ଗଳବାର ସୂଚନା ଦେଇଛନ୍ତି। ସେ ତାଙ୍କର ଆଣ୍ଟିଜେନ ପରୀକ୍ଷଣ କରାଇଥିଲେ। ଏଥିରେ ସଂକ୍ରମଣ ବାହାରି ନଥିଲା। lତେବେ ଆରଟି ପିସିଆର ପରୀକ୍ଷଣରେ ସେ ପଜିଟିଭ ଥିବା ଜଣାପଡିଛି।

{"id":480024,"width":838,"height":559,"sizeSlug":"large","linkDestination":"none"}

ଛାତ୍ରୀ ପଢିବା ଲାଗି ଦିଲ୍ଲୀ ଯିବା ନିମନ୍ତେ ପ୍ରସ୍ତୁତି ବେଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ କରାଇବାରୁ ସେ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ଛାତ୍ରୀ ଏବେ ନିଜ ଘରେ ପୃଥକବାସରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ୱଭାବିକ ଅଛି। ସେ ଚୀନ୍‌ ଉହାନ ବିଶ୍ୱବିଦ୍ୟାଳୟରେ ତୃତୀୟ ବର୍ଷ ଡାକ୍ତରୀ ପଢନ୍ତି। ଗତବର୍ଷ ଜାନୁୟାରୀ ୩୦ ତାରିଖରେ ଛାତ୍ରୀ ପ୍ରଥମେ କୋରନାରେ ସଂକ୍ରମିତ ଥିବା ପରୀକ୍ଷଣ ରିପୋର୍ଟରୁ ଜଣାପଡିଥିଲା।

{"id":480025,"width":840,"height":559,"sizeSlug":"large","linkDestination":"none"}

ଭାରତରେ ଯେତେବେଳେ ଜଣେବି କରୋନାରେ ସଂକ୍ରମିତ ନଥିଲେ ସେତେବେଳେ ଏହି ଛାତ୍ରୀ ଦେଶର ‘ଜିରୋ କେସ୍’ ଥିଲେ। ସିମେଷ୍ଟର ପରୀକ୍ଷା ଛୁଟିରେ ଘରକୁ ଫେରିବା ପରେ ଛାତ୍ରୀ  କରୋନାରେ ଆକ୍ରାନ୍ତ ହୋଇଥିଲେ।  ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ତ୍ରିସୁର ମେଡିକାଲ କଲେଜ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ସଂକ୍ରମିତ ହୋଇଥିଲେ ହେଁ ତାଙ୍କଠାରେ କୋରନାର କୌଣସି ଲକ୍ଷଣ ନଥିଲା। ହସ୍ପିଟାଲରେ ତାଙ୍କର ୩ ସପ୍ତାହ ଧରି ଚିକିତ୍ସା ଚାଲିଥିଲା।  ଚିକିତ୍ସା କାଳରେ ତାଙ୍କର ଦୁଇଥର କରୋନା ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଘରକୁ ଛଡା ଯାଇଥିଲା। ସେବେଠାରୁ ସେ ଘରେ ଥିଲେ। ତେବେ ପଢିବା ପାଇଁ ଦିଲ୍ଲୀ ଯିବା ନିମନ୍ତେ ଏବେ ସ୍ୱାସ୍ଥ୍ୟ ପରୀକ୍ଷଣ କାଳରେ କୋଭିଡ ପରୀକ୍ଷଣ କରାଯିବାରେ ସେ ପୁଣି ଥରେ ପଜିଟିଭ ଚିହ୍ନଟ ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.