Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

କୋଭିଡ୍ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ : ପୁନଃ ନିଯୁକ୍ତି ଦାବିରେ ଭଦ୍ରକରୁ ନବୀନ ନିବାସ ଯାଏଁ ପଦଯାତ୍ରା

26/02/2021 at 5:03 PM

ଭଦ୍ରକ ୨୬।୨: ଚାକିରୀରେ ପୁନଃ ନିଯୁକ୍ତି ଦାବି କରି କୋଭିଡ଼  ଯୋଦ୍ଧାଙ୍କ  ଅଭିନବ ପ୍ରତିବାଦ । ପ୍ରଥମେ ଦୋକାନ ଦୋକାନ ବୁଲି ଭିକ ମାଗିବା ପରେ ଏବେ ନିଜର  ଅଭିଯୋଗ ଜଣାଇବା ପାଇଁ ଆରମ୍ଭ କରିଛନ୍ତି ପଦଯାତ୍ରା । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ  ଭଦ୍ରକରୁ ନିବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି କୋଭିଡ଼  ଯୋଦ୍ଧା ଅଶ୍ବିନୀ ପାଢ଼ୀ  । ଶୁକ୍ରବାର ସକାଳୁ ଚରମ୍ପା ସ୍ଥିତ ହନୁମାନ ମନ୍ଦିରରେ ପୂଜା ପାଠ ସାରି ପିପିଇ କିଟ୍ ପିନ୍ଧିବା ସହ ଡାହାଣୀ ଗଡିଆ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭଦ୍ରକରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ୮ ହଜାର କୋଭିଡ୍ ଯୋଦ୍ଧାମାନେ କରୋନା ସମୟରେ  ଜୀବନକୁ ବାଜି ଲଗାଇ ପାରାମେଡିକାଲ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସରକାରଙ୍କ କାମ ସରିବା ପରେ ସେମାନଙ୍କ କାର୍ଯ୍ୟ ମଧ୍ୟ ସରିଯାଇଥିଲା । ତାଙ୍କୁ ଚାକିରୀରୁ ଛଟେଇ କରାଯାଇଥିଲା । ସେମାନଙ୍କର ରୋଜଗାରର ବାଟ ବନ୍ଦ ହୋଇଯିବା ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ଦୀର୍ଘ ୫୫ ଦିନ ଧରି ଭୁବନେଶ୍ବରର ଲୋୟର ପିଏମଜିରେ ଧାରଣା ଦେଇଥିବା ବେଳେ, ଏବେ ସରକାରଙ୍କୁ ନିଜର ଗୁହାରୀ ଜଣାଇବା ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ କରୁଛନ୍ତି । ସରକାର ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗ ଶୁଣି ନାହାନ୍ତି, ସେ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅଭିନବ ପ୍ରତିବାଦ ଜାରି ରହିବ ବୋଲି ପଦଯାତ୍ରା ଆରମ୍ଭ କରିଥିବା କୋଭିଡ ଯୋଦ୍ଧା କହିଛନ୍ତି ।

   Related Posts