କରୋନାକୁ ହରାଇଲେ ଯୋଦ୍ଧା, କାର୍ଯ୍ୟରେ ଯୋଗଦେଲେ ଥାନାଧିକାରୀଙ୍କ ସମେତ ୬ ପୋଲିସ

Published By : Prameya-News7 Bureau | August 06, 2020 IST

ଭଦ୍ରକ ୦୬।୦୮: ଜନସାଧାରଣଙ୍କ ପାଇଁ ସଚେତନ କରୁ କରୁ ନିଜେ କୋଭିଡ଼ ସଂକ୍ରମିତ ହେଲେ କାରୋନା ଯୋଧ୍ୟା । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଥାନାର ଅଧିକାରୀଙ୍କ ସମେତ ୯ ଜଣ ପୋଲିସ କର୍ମଚାରୀ କାରୋନା ସଂକ୍ରମିତ ହୋଇଥିଲେ । କିନ୍ତୁ ଏବେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି । ଆଉ ଏବେ ପୁଣି ଥରେ କାର୍ଯ୍ୟରେ ଯୋଗ ମଧ୍ୟ ଦେଇଛନ୍ତି । ତେବେ କାର୍ଯ୍ୟରେ ଯୋଗଦେବା ଅବସରରେ କରୋନା ଯୋଧ୍ୟାକୁ ସମ୍ବର୍ଦ୍ଧିତ କରାଯାଇଛି ।

{"id":310531,"sizeSlug":"large"}

ଭଦ୍ରକ ଜିଲ୍ଲା ଧାମନଗର ଥାନାର ଥାନାଧିକାରୀଙ୍କ ସମେତ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ପୁଣି ୩ ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନେ ଜିଲ୍ଲା କୋଭିଡ଼ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ, ଏବେ ସୁସ୍ଥ ହୋଇ ଫେରିଛନ୍ତି । ତେବେ ୯ ଜଣଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଫେରିବା ପରେ ହୋମ ଆଇସୋଲେସନରେ ରହିଛନ୍ତି । ଥାନାଧିକାରୀ ରତିକାନ୍ତ ଗିରିଙ୍କ ସମେତ ୬ ଜଣ ସରକାରୀ ନିୟମ ଅନୁଯାୟୀ ହୋମ ଆଇସୋଲେସନ ରହିଥିଲେ । ଏବେ ୬ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

{"id":310534,"sizeSlug":"large"}

ଧାମନଗର ଏସଡିପିଓ ସେମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଛନ୍ତି ।ତେବେ ଥାନାଧିକାରୀ କହିଛନ୍ତି ଯେ, ଏବେ କର୍ତ୍ତବ୍ୟ ସହ ପୁଣି ସଚେତନତା ଆରମ୍ଭ ହେବ । ଅମାନିଆଙ୍କୁ ଏଥର ନିସ୍ତାର ଦିଆଯିବ ନାହିଁ । ଏହା ସହ ସରକାରୀ ନିୟମ ପାଳନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.