ନିଯୁକ୍ତି ଦାବିରେ କୋଭିଡ୍ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ, ଅଭିଯୋଗ ପାଇଁ ଚାଲି ଚାଲି ଯାଉଛନ୍ତି ନବୀନ ନିବାସ

Published By : Prameya-News7 Bureau | February 26, 2021 IST

ଭଦ୍ରକ ୨୬।୦୨:  ଚାକିରୀରେ ପୁନଃ ନିଯୁକ୍ତି ଦାବି କରି  କୋଭିଡ଼  ଯୋଦ୍ଧାଙ୍କ  ଅଭିନବ ପ୍ରତିବାଦ। ପ୍ରଥମେ ଦୋକାନ ଦୋକାନ ବୁଲି ଭିକ ମାଗିବା ପରେ ଏବେ ନିଜର  ଅଭିଯୋଗ ଜଣାଇବା ପାଇଁ ଆରମ୍ଭ କରିଛନ୍ତି ପଦଯାତ୍ରା । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ  ଭଦ୍ରକରୁ ନବୀନ ନିବାସ ପ୍ରାୟ ୧୩୦ କିଲୋମିଟରରୁ ଅଧିକ ରାସ୍ତା ପଦଯାତ୍ରା କରୁଛନ୍ତି କୋଭିଡ଼ ଯୋଦ୍ଧା ଅଶ୍ୱନି ପାଢ଼ୀ । ସକାଳୁ ଚରମ୍ପା ସ୍ଥିତ ହନୁମାନ ମନ୍ଦିରରେ ପୂଜା ପାଠ ସାରି ପିପିଇ କିଟ୍ ପିନ୍ଧିବା ସହ ଡାହାଣୀ ଗଡିଆ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭଦ୍ରକରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି।

{"id":415212,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ , ଓଡ଼ିଶାର ୮ ହଜାର କୋଭିଡ  ଯୋଦ୍ଧାମାନେ କରୋନା ସମୟରେ ନିଜ ଜୀବନକୁ  ବାଜି ଲଗାଇ ପାରାମେଡିକାଲ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସରକାରଙ୍କ କାମ ସରିବା ପରେ ସେମାନଙ୍କ କାର୍ଯ୍ୟ ମଧ୍ୟ ସରିଯାଇଥିଲା ତାଙ୍କୁ ଚାକିରୀରୁ ଛଟେଇ କରାଯାଇଥିଲା । ସେମାନଙ୍କର ରୋଜଗାରର ବାଟ ବନ୍ଦ ହୋଇଯିବା ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇପଡିଛି ।

{"id":415213,"sizeSlug":"large","linkDestination":"none"}

ଦୀର୍ଘ ୫୫ ଦିନ ଧରି ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣା ଦେଇଥିବା ବେଳେ, ଏବେ ସରକାରଙ୍କୁ ନିଜର ଗୁହାରୀ ଜଣାଇବା ପାଇଁ ଅଭିନଵ ଢଙ୍ଗରେ ପ୍ରତିବାଦ କରୁଛନ୍ତି । ସରକାର ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ଅଭିଯୋଗ ଶୁଣି ନାହାନ୍ତି, ସେ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅଭିନଵ ପ୍ରତିବାଦ ଜାରି ରହିବ ବୋଲି ପଦ ଯାତ୍ରା ଆରମ୍ଭ କରିଥିବା କୋଭିଡ ଯୋଦ୍ଧା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.