Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ପୁଣି କରୋନା ନେଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ, ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଙ୍କ ମୃତ୍ୟୁ

29/08/2020 at 4:02 PM

ରାଉରକେଲା ୨୯।୮: ପୁଣି ଜୀବନ ନେଲା କରୋନା । କୋଭିଡ୍ ଯୋଦ୍ଧା ଡାକ୍ତର ରାସ ବିହାରୀ ପାତ୍ର ଡ୍ୟୁଟି କରୁଥିବା ସମୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କର କରୋନା ପରୀକ୍ଷଣ କରାଯାଇଥିଲା । ପରେ ସେ କୋଭିଡ୍ ପଜିଟିଭ ବୋଲି ଜଣାପଡିଥିଲା । ତାଙ୍କୁ ରାଉରକେଲାର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସା କରାଯାଉଥିବା ସମୟରେ ଗତ ୨୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତଦେହକୁ ରାଉରକେଲା ବେଦବ୍ୟାସ ଶ୍ମସାନରେ ଗାର୍ଡ ଅଫ୍ ଅନର ଦେବାପରେ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଥିଲା । ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଓ ସିଡିଏମଓ ସରୋଜ ମିଶ୍ର ଉପସ୍ଥିତ ଥିଲେ ।

ଡାକ୍ତର ରାସ ବିହାରୀ ପାତ୍ର ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରୁ ୨୦୧୦ ମସିହାରେ ଅବସର ନେବା ପରେ ଚଳିତ ବର୍ଷ ଜିଲ୍ଲା ଖଣିଜ ପାଣ୍ଠିରୁ ରାଉରକେଲା ଲାଠିକଟା ସିଏଚସିରେ ପୁଣି ଡାକ୍ତର ଭାବରେ ନିଯୁକ୍ତି ପାଇଥିଲେ । 

   Related Posts