Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଜୀବନ ହାରିଲେ ଆଉ ଜଣେ କୋଭିଡ ଯୋଦ୍ଧା, ଏୟାର ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା ହାଇଦ୍ରାବାଦ

1/11/2020 at 8:28 AM

ତାଳଚେର,୦୧/୧୧: କୋଭିଡ୍‌ ଦାୟିତ୍ୱରେ ରହି ରୋଗୀ ସେବା କରୁ କରୁ ନିଜେ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି ଅନ୍ୟତମ କରୋନା ଯୋଦ୍ଧା ଚାଳଗଡ଼ ଗ୍ରାମର ଯୁବ ଡାକ୍ତର ବିଶ୍ୱନାଥ ରାଉତ (୪୦)। ଜଣେ ଯୁବ ଓ ଦକ୍ଷ ଡାକ୍ତର ଭାବରେ ବେଶ୍‌ ସୁନାମ ଅର୍ଜନ କରିଥିବା ଡା. ରାଉତଙ୍କ ଅକାଳ ବିୟୋଗରେ ତାଳଚେର ଚାଳଗଡ଼ ସମେତ ବୌଦ୍ଧ, ହିନ୍ଦୋଳ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଡା. ରାଉତ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ଘଣ୍ଟାପଡ଼ା ପଞ୍ଚାୟତ ଚାଳଗଡ଼ ଗ୍ରାମର ରମେଶ ଚନ୍ଦ୍ର ରାଉତଙ୍କ ସୁପୁତ୍ର ବିଶ୍ୱନାଥ ପ୍ରଥମେ ହିନ୍ଦୋଳ ବ୍ଲକ୍‌ ଅନ୍ତର୍ଗତ ଖଜୁରିଆକଟା ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରି ଅଞ୍ଚଳବାସୀଙ୍କ ହୃଦୟ ଜିଣିପାରିଥିଲେ । ବୌଦ୍ଧ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ ଗତ ଅଗଷ୍ଟ ମାସରେ ସେ କରୋନା ସଂକ୍ରମିତ ହୋଇଥିଲେ। ସେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଫୁସ୍‌ଫୁସ୍‌ ସଂକ୍ରମଣଜନିତ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ଗତମାସରେ ଏୟାର୍‌ ଆମ୍ବୁଲାନ୍‌ସ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । କରୋନାକୁ ପରାସ୍ତ କରିଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରିଗଲେ ଡା. ରାଉତ । ଶନିବାର ଦିନ ଅପରାହ୍ଣ ଗୋଟାଏ ବେଳେ ମରଶରୀର ଜନ୍ମମାଟି ଚାଳଗଡ଼ ଗ୍ରାମରେ ପହଞ୍ଚି ଥିଲା । ଏକ ବିରାଟ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶ୍ମଶାନକୁ ନିଆଯାଇଥିଲା ।

ସେଠାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ, ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଡେପୁଟି କଲେକ୍ଟର ସଞ୍ଜୟ କୁମାର ବେହେରା, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ତାଳଚେର ପୁଲିସ ପ୍ରଶାସନ, ବୌଦ୍ଧ ଜିଲ୍ଲାର ଡାକ୍ତରଙ୍କ ସହିତ କର୍ମଚାରୀ, ଅନୁଗୁଳ ଚିକିତ୍ସାଳୟର ଡାକ୍ତର, କର୍ମଚାରୀ, ହିନ୍ଦୋଳ ଉପଖଣ୍ଡର ଡାକ୍ତର, କର୍ମଚାରୀଙ୍କ ସମେତ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅପରାହ୍ନ ପ୍ରାୟ ୨ଟା ବେଳେ ଜିଲ୍ଲା ପୁଲିସ ପ୍ରଶାସନ ଓ ବୌଦ୍ଧ ଜିଲ୍ଲାପାଳଙ୍କ ପକ୍ଷରୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ୱର୍ଗତ ରାଉତଙ୍କ ମା’, ଧର୍ମପତ୍ନୀ ଓ ୬ ବର୍ଷର ପୁଅ ରହିଛନ୍ତି ।

   Related Posts