କରୋନା ନେଲା ଯୋଦ୍ଧାଙ୍କ ଜୀବନ, ସମ୍ବଲପୁରରେ ଜଣେ କନେଷ୍ଟବଳଙ୍କ କୋଭିଡ଼-୧୯ରେ ମୃତ୍ୟୁ

Published By : Prameya-News7 Bureau | August 11, 2020 IST

ସମ୍ବଲପୁର ୧୧।୦୮: ଅଣାୟତ୍ତ ହୋଇଚାଲିଛି କରୋନା । ସମ୍ବଲପୁରରେ ମଧ୍ୟ ପ୍ରତିଦିନ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି।  ସମ୍ବଲପୁରରେ  କରୋନା ନେଇଛି କୋଭିଡ ଯୋଦ୍ଧାଙ୍କ ଜୀବନ । ସମ୍ବଲପୁରର ବୁର୍ଲା ସ୍ଥିତ କୋଭିଡ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତ୍ରିରେ ଜଣେ  ୫୨ ବର୍ଷିୟ ପୋଲିସ କନଷ୍ଟେବଳ କରୋନାରେ ମୃତ୍ୟୁବରଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ,  ସେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନାରେ କାର୍ଯ୍ୟରତ ଥିଲେ ।  ୧୯୯୨ ମସିହାରେ ସେ କନଷ୍ଟେବଳ ଭାବରେ ରାଉରକେଲାରେ ଯୋଗ ଦେଇଥିଲେ । ୨୦୧୦ ମସିହାରେ ସମ୍ବଲପୁର ଜିଲ୍ଲାକୁ ତାଙ୍କର ବଦଳି ହୋଇଥିଲା |। ତେବେ ତାଙ୍କୁ ଯଥୋଚିତ ସମ୍ମାନ ସହ ଗାର୍ଡ ଅଫ୍ ଅନର ଦିଆଯାଇଛି । କିଛି ସମୟ ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.