Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କରୋନା ଭୂତାଣୁର ଭୟଙ୍କର ରୂପ ଦେଖି ବୈଜ୍ଞାନିକ ବିସ୍ମିତ, ତାଞ୍ଜାନିଆରେ ଚିହ୍ନଟ କୋଭିଡ-୧୯ ଭୂତାଣୁର ୩୪ ପ୍ରକାର ରୂପ

24/04/2021 at 2:53 PM

ନୂଆଦିଲ୍ଲୀ,୨୪/୦୪  : ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାଇରସର ନୂଆ ନୂଆ ଷ୍ଟ୍ରେନ୍ ବା ରୂପ ସାମ୍ନାକୁ ଆସୁଛି । ଭାରତରେ ଦୈନିକ ୩ ଲକ୍ଷରୁ ଢେର୍ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ୨୫୦୦ରୁ ଅଧିକ ଜୀବନ ହାରୁଛନ୍ତି । ଏହାମଧ୍ୟରେ ପ୍ରଥମେ ତାଞ୍ଜାନିଆରେ ଚିହ୍ନଟ ହୋଇଥିବା ଭାଇରସର ନୂଆ ଷ୍ଟ୍ରେନ୍ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । କାରଣ ଏହି ଷ୍ଟ୍ରେନ୍ ଅଧିକ ମାରାତ୍ମକ ଓ ସଂକ୍ରାମକ ।

ଭାଇରାସର ଏହି ମ୍ୟୁଟାଣ୍ଟ ୩୪ଟି ମ୍ୟୁଟେସନ୍ କରିପାରେ । ଏହା ଅଧିକ ସାଙ୍ଘାତିକ ଅଟେ ।  ଏହି ଭାରିଏଣ୍ଟ ପ୍ରଥମେ ୩ଜଣଙ୍କ ଠାରେ ଦେଖିବାକୁ ମିଲିଥିଲା । ଯେଉଁମାନେ ଆଙ୍ଗୋଲାରୁ ତାଞ୍ଜାନିଆ ଗସ୍ତ କରିଥିଲେ । ସେବେଠାରୁ ଆଉ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇନଥିବା ବେଳେ ଏହା ମ୍ୟୁଟେସନ୍ କରିବାର ସମ୍ଭାବନା ରହିଛି । ଏହାର କିଛି ଲକ୍ଷଣ ୟୁକେ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ ଷ୍ଟ୍ରେନ୍ ସହ ମେଳ ଖାଉଛି ।

ସୂଚନାଯୋଗ୍ୟ, ତାଞ୍ଜାନିଆରେ କରୋନା ଭାଇରସ ଉଗ୍ର ରୂପ ଧାରଣ କରିଥିଲା । କାରଣ ଏଠାରେ ସ୍ୱାସ୍ଥ୍ୟସେବା ସେତେ ସଦ୍ରୁଢ ନୁହେଁ । ଏପିରକି ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି । ତେବେ ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତିଯେ, ତାଞ୍ଜାନିଆର ମ୍ୟୁଟାଣ୍ଟ ୩ ଯାତ୍ରୀଙ୍କ ମାଧ୍ୟମରେ ଆଉ କାହାକୁ ମଧ୍ୟ ପ୍ରବେଶ କରଥାଇପାରେ।  ଏହା ନିଜର ସ୍ପାଇକ୍ ପ୍ରୋଟିନରେ ହିଁ କେବଳ ୧୪ଟି ମ୍ୟୁଟେସନ୍ କରିପାରେ । ମାନବ ଶରୀରକୁ ଗଲେ ଏହା ଆହୁରି ମଧ୍ୟ ମ୍ୟୁଟେସନ୍ କରିପାରିବ ।

   Related Posts