Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ବରିଷ୍ଠ ନାଗରିକ ନେଲେ କରୋନା ଟୀକା

3/03/2021 at 8:03 PM

ନୀଳଗିରି, ୩/୩: ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଆଜି ବରିଷ୍ଠ ନାଗରିକମାନଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ନୀଳଗିରି ଏସଡିଏମଓ ଅଜୟ କୃଷ୍ଣ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୟବଧାନରେ ଏହି ଟିକା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୧୦ ଜଣ ବରିଷ୍ଠ ନାଗରିକଙ୍କୁ ଏହି ଟିକା ଦିଆଯାଇଛି । ପୂର୍ବରୁ ନାମ ପଞ୍ଜିକରଣ କାରାଯାଇଥିବା ବେଳେ ଆଜି ସକାଳ ୮ଟା ଠାରୁ ବରିଷ୍ଠ ନାଗରିକମାନଙ୍କୁ ଥର୍ମାଲ ସ୍କାନିଂ କରାଯାଇଥିଲା । ଏହାପରେ ଜଣକ ପରେ ଜଣେ ଭିତରକୁ ପ୍ରଵେଶ କରି ଟୀକା ନେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ଚନ୍ଦ୍ର ଗିରି, ଦିନେଶ କୁମାର ମହାରଣା, ସାବିତ୍ରୀ ମହାଳିକ, ରଞ୍ଜିତା ମହାପାତ୍ର, ସତ୍ୟଜିତ ଦାସ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

   Related Posts