Pfizer ଟିକାର ହେଉଛି ରିଆକ୍ସନ, ଫିନଲ୍ୟାଣ୍ଡରେ ମିଳିଛି ୫ ଅଭିଯୋଗ

Published By : Prameya-News7 Bureau | January 02, 2021 IST

ହେଲସିଙ୍କି: ଆମେରିକୀୟ କୋଭିଡ ଟିକା ଫାଇଜରର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି। ଦୁଇ ଦିନ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜରୁରି ଉପଯୋଗ ଲାଗି ଟିକାକୁ ମଞ୍ଜୁରି ପ୍ରଦାନ କରିବା ପରେ ଫିନ ଲ୍ୟାଣ୍ଡ ଏହି ଟିକାକରଣ କରିଛି। ଦେଶରେ ସରକାର ସାମୂହିକ ଟିକାକରଣ କରିଥିବା ବେଳେ ୫ଜଣଙ୍କଠାରେ ପାର୍ଶ୍ୱପ୍ରତିକ୍ରିୟା ହୋଇଥିବାର ଫିନଲ୍ୟାଣ୍ଡ ମେଡିସିନ ଏଜେନ୍ସିକୁ ଅଭିଯୋଗ ମିଳିଛି।

ଏହି ଇୟୁରୋପୀୟ ଦେଶରେ ଡିସେମ୍ବର ୨୭ରୁ ସାମୂହିକ ଟିକାକରଣ ହେଉଥିବା ୟେଲ ରେଡିଓ ସୂତ୍ରରୁ ଜଣାପଡିଛି। ଫିନଲ୍ୟାଣ୍ଡ ଚିଫ ଫିଜିକ୍ସିଆନ ମୈୟା କୈକୋନେ ୫ ଜଣଙ୍କଠାରେ ଟିକା ରିଆକ୍ସନ କରିଥିବା କହିଛନ୍ତି। ତେବେ ଔଷଧ ରିଆକ୍ସନ ଯୋଗୁ ଲୋକେ ଭୋଗିଥିବା ସମସ୍ୟାକୁ କନଫିଡେନସିଆଲ ରଖାଯାଇଛି। ଏଣୁ ଦେଶର ଗଣମାଧ୍ୟମ ଏ ବିଷୟରେ ବିସ୍ତୃତ ଚର୍ଚ୍ଚା କରିନାହାନ୍ତି। ତେବେ ଟିକା ରିଆକ୍ସନ ନେଇ ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ଅପଡେଟ କରିବେ ବୋଲି ଜଣାପଡିଛି।

ସେପଟେ ବ୍ରିଟେନରେ ସଂକ୍ରମଣ ବଢିବଢି ଚାଲିଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ କେତେଜଣଙ୍କ ଠାରେ ନୂଆ ଷ୍ଟ୍ରେନ ମଧ୍ୟ ମିଳୁଛି। ଏଣୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ସରକାର ଜାରି କରୁଥିବା ମାର୍ଗଦର୍ଶନକୁ ଲୋକେ କଡାକଡି ପାଳନ କରନ୍ତୁ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଗଣମାଧ୍ୟମରେ ଜନତାଙ୍କୁ ନିବେଦନ କରିଛନ୍ତି। ସଂକ୍ରମିତଙ୍କ ହାର ବଢିବା ଯୋଗୁ ଏହାର ପ୍ରଭାବ ଏବେ ଦେଶର ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ସୁବିଧା ଉପରେ ଅନୁଭୂତ ହେଲାଣି। ପରିସ୍ଥିତି ଜାରି ରହିଲେ ଲୋକଙ୍କୁ ସାଧାରଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ମଧ୍ୟ କଷ୍ଟକର ହୋଇପଡିବ ବୋଲି ଅଧିକାରୀ କହିଛନ୍ତି।

ସେହିପରି କୋଭିଡ ନୂଆ ଷ୍ଟ୍ରେନ ଆମେରିକା ଲାଗି ଏବେ ଆଉ ନୂଆ ହୋଇ ନାହିଁ। ଏଣୁ ଏହାକୁ ନେଇ ଲୋକଙ୍କୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ହେଲିକ୍ସ ନାମକ ଏକ କମ୍ପାନୀର ପ୍ରତିନିଧି କହିଛନ୍ତି। ୩୧ ଟି ନମୁନାରୁ ୪ଟି ନୂଆ ଷ୍ଟ୍ରେନର ମିଳୁଛି। ଦେଶର କଲରାଡୋ, କାଲିଫର୍ଣ୍ଣିଆ ଫ୍ଲୋରିଡାରେ ଏହି ଷ୍ଟ୍ରେନର ପ୍ରସା ରହୋଇଛି। ତେବେ ଏହାକୁ କାବୁ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.