Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

Covid-19 ଟିକା ପରିବହନ ଲାଗି ଆବଶ୍ୟକ ହେବ ୮ହଜାର ଜୁମ୍ବୋଜେଟ୍: IATA

10/09/2020 at 7:38 PM

ମଣ୍ଟ୍ରିଲ : କରୋନା ଭାଇରସ ମହାମାରୀ ବିରୋଧରେ ସାରା ବିଶ୍ୱ ସଂଗ୍ରାମ ଜାରି ରଖିଛି । ଏଥିରେ ଏବେ ସମସ୍ତଙ୍କର କେବଳ ଗୋଟିଏ ଅପେକ୍ଷା ତାହା ହେଉଛି କୋଭିଡ ଟିକା। ବିଭିନ୍ନ ଔଷଧ ନିର୍ମାତାମାନେ ରୋଗର ପ୍ରତିଷେଧକ ଲାଗି ଟିକା ଗବେଷଣା କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଏଥିରୁ ସାମାନ୍ୟତମ ସଫଳତା ମିଳି ନାହିଁ। ଏଥିରେ ଯଦି ଟିକା ଆବିଷ୍କୃତ ହୁଏ ତେବେ ଏହାକୁ ସାରା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ନିମନ୍ତେ ଅନୁନ୍ୟ ୮ ହଜାର ଜୁମ୍ବୋ ଜେଟ୍‌ ଆବଶ୍ୟକ ପଡିପାରେ ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) ଆକଳନ କରିଛନ୍ତି ।

ଆଇଏଟିଏ ସାରା ବିଶ୍ୱରେ କୋଭିଡ-୧୯ ଟିକାର ଶୃଙ୍ଖଳିତ ବିତରଣ ଲାଗି ବିମାନ ବନ୍ଦର, ବିମାନ ସେବା ଓ ବିଶ୍ୱ ସ୍ୱାସ୍ଥ୍ୟ ସମୂଦାୟ ମଧ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି। ଯଦି ଏପରି କୌଣସି ଟିକା ବିକଶିତ ହୁଏ ତେବେ ପ୍ରତି ବ୍ୟକ୍ତି ଗୋଟିଏ ଖୋରାକ ନିଶ୍ଚିତ କରିବା ଆଇଏଟିଏଙ୍କ ଲକ୍ଷ। ଏଣୁ ଆଇଏଟିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲେକଜାଣ୍ଡ୍ରେ ଡି ଜୁନିଆ ଟିକାକରଣ କାର୍ଯ୍ୟକ୍ରମକୁ ବିଶ୍ୱ ବିମାନ ପରିବହନ ନିମନ୍ତେ ଶତାବ୍ଦୀର ସବୁଠୁ ବଡ ମିଶନ ହେବ ବୋଲି କହିଛନ୍ତି।

କୋଭିଡ-୧୯ ସଂକ୍ରମଣ ଯୋଗୁ ବିଭିନ୍ନ ଦେଶରେ ଯାତ୍ରୀ ବିମାନ ସେବା ପ୍ରଭାବିତ ହୋଇଛି। ଏଣୁ ଅଧିକାଂଶ ବିମାନ କମ୍ପାନୀ ଏବେ ମାଲ ପରିବହନ ଉପରେ ସେମାନଙ୍କ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଏଥିରେ ଯଦି କୋଭିଡ ଟିକା ଆସିଯାଏ  ତାହା ହେବ ଏପରି ବିମାନ ଗୁଡିକର ସର୍ବୋତ୍ତମ ଉପଯୋଗ। ପ୍ରାୟତଃ ଏପରି ଟିକା ବା ଔଷଧ ଲାଗି ନିର୍ଦ୍ଧିଷ୍ଟ ତାପମାତ୍ରାରେ ପରିବହନ ଆବଶ୍ୟକ ହୋଇଥାଏ। ଏଣୁ ସବୁ ବିମାନ ଏପରି ପରିବହନ ଲାଗି ଯୋଗ୍ୟ ହୋଇ ନ ପାରନ୍ତି।

ଆଇଏଟିଏଙ୍କ କାର୍ଗୋ ମୁଖ୍ୟ ଗ୍ଲେନ୍ ହ୍ୟୁଜ କହିଛନ୍ତି ଯେ ଆମେ ପରିବହନର ସମସ୍ତ ପ୍ରକ୍ରିୟା ଜାଣିଛୁ। ଏଣୁ ଯାହା ଆବଶ୍ୟକ ପଡିବ ତାହା ଆମେ ନିଶ୍ଚିତ କରିବୁ ବୋଲି କହିଛନ୍ତି। ତେବେ ଡିଏଚଏଲ ଏବଂ କନସଲଟାନ୍ସୀ କମ୍ପାନୀ ମ୍ୟାକକିନସୀଙ୍କ ରିପୋର୍ଟ ଅନୁସାରେ ଏଭଳି କୌଣସି ଟିକା ଲାଗି ୧୫ ହଜାର ଫ୍ଲାଇଟ୍‌ରେ ୨ ଲକ୍ଷରୁ ଅଧିକ ଉଡାଣ ଆବଶ୍ୟକ ପଡିପାରେ ବୋଲି କହିଛନ୍ତି।

   Related Posts