Covid ବିରୋଧରେ କରୋନା ଭାକ୍ସିନ ନୁହେଁ ଅମୋଘ ଅସ୍ତ୍ର, ପାଳନ କରିବାକୁ ହେବ ନିୟମ: WHO

Published By : Prameya-News7 Bureau | December 17, 2020 IST

ନୂଆଦିଲ୍ଲୀ ୧୭।୧୨: ସାରା ବିଶ୍ୱ ଏବେ କରୋନା ଭାକ୍ସିନକୁ ମହାମାରୀର ବ୍ରହ୍ମାସ୍ତ୍ର ମନେ କରୁଛି। ତେବେ ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଙ୍କ ଜନୈକ ଅଧିକାରୀ ସମସ୍ତଙ୍କୁ ସ୍ତବ୍ଦ କରିଦେଇଛନ୍ତି। କରୋନା ମୁକାବିଲା ଲାଗି ଭାକ୍ସିନ ଆସିଛି ସତ ହେଲେ ଏହାକୁ ସିଲଭର ବୁଲେଟ୍ (ଅଚୁକ ଔଷଧ) କୁହାଯାଇପାରିବନି ବୋଲି କହିଛନ୍ତି ୱେଷ୍ଟର୍ଣ୍ଣ ପେସିଫିକ୍ ରିଜିୟନ ଡାଇରେକ୍ଟର ତାକେସୀ କାସେଇ।

{"id":378698,"sizeSlug":"large","linkDestination":"none"}

ଏ ନେଇ ଏକ ଭର୍ଚୁଆଲ ମିଡିଆ ବ୍ରିଫିଙ୍ଗକୁ ଗୁରୁବାର ସମ୍ବୋଧିତ କରି ତାକେସୀ କହିଛନ୍ତି ଯେ ସମାଜରେ ଯେଉଁ ପର୍ଯ୍ୟନ୍ତ ଭୂତାଣୁ ସମ୍ପ୍ରସାରିତ ହେଉଛି ସେ ପର୍ଯ୍ୟନ୍ତ କୋଭିଡ ନିୟମରେ ସାମାନ୍ୟ ଅବହେଳା ବି ଘାତକ ହୋଇପାରେ। ବିଶେଷ କରି ୪୦ ବର୍ଷରୁ କମ ବୟସ୍କ ଯୁବବର୍ଗ ଓ ସାମାଜିକ ସ୍ତରରେ କାର୍ଯ୍ୟକରୁଥିବା ଲୋକଙ୍କୁ ଏଥିଲାଗି ସାବଧାନତା ଅବଲମ୍ବନ କରିବା ଜରୁରି ବୋଲି ସେ କହିଛନ୍ତି।

{"id":378699,"width":577,"height":384,"sizeSlug":"large","linkDestination":"none"}

ଏଥିରୁ ଭାକ୍ସିନ ଆସି ସାରିଥିଲେ ବି ପରିସ୍ଥିତିରେ ଅଚାନକ ସୁଧାରର ସେଭଳି କୌଣସି ସମ୍ଭାବନା ନାହିଁ। ଏଣୁ ଆମେ ଅବଲମ୍ବନ କରୁଥିବା ସତର୍କତାରେ ସାମାନ୍ୟ ଅବହେଳା ବି କରିବା କଥା ନୁହେଁ। କେବଳ ନିଜର ନୁହେଁ ଆମ ସହ ରହୁଥିବା ଲୋକଙ୍କ ଲାଗି ମଧ୍ୟ ଆମକୁ ଅଧିକ ସତର୍କ ହେବାକୁ ପଡିବ। ତେବେ ଭାକ୍ସିନ ଯୋଗୁ କିଛି ପରିବର୍ତ୍ତନ ହେବନି ସେପରି ବି କହି ହେବନି। ବ୍ରିଟେନରେ ଭାକ୍ସିନର ପ୍ରଭାବ ଅନୁଭୂତ ହେଲାଣି। ହେଲେ ଯେତିକି ଭାକ୍ସିନ ବଳକା ଅଛି ତାହା ବ୍ରିଟେନର ପ୍ରତି ବ୍ୟକ୍ତିଙ୍କ ଟିକାକରଣ ଲାଗି ଯଥେଷ୍ଟ ନୁହେଁ।

{"id":378700,"sizeSlug":"large","linkDestination":"none"}

ଏଣୁ ଡବ୍ଲୁଏଚଓ ରିଜିଓନାଲ ଡାଇରେକ୍ଟରଙ୍କ କହିବା କଥ ବି ଠିକ୍‌ । ସେ କହିଛନ୍ତି ଯେ ସୁରକ୍ଷିତ ଓ ଅସରଦାର ଭାକ୍ସିନର ଆବିଷ୍କାର ଭିନ୍ନ କଥା, ତାକୁ ଉତ୍ପାଦନ କରି ଲୋକଙ୍କ ନିକଟକୁ ଡୋଜ ଆକାରରେ ପହଞ୍ଚାଇବା ଆଉ ଏକ କଥା। ବର୍ତ୍ତମାନ କେବଳ ସେହିମାନଙ୍କର ଟିକାକରଣ ହେଇପାରୁଛି ଯେଉଁମାନେ ନିତ୍ୟାନ୍ତ ଆବଶ୍ୟକ କରୁଛନ୍ତି। ଏଣୁ ସବୁଲୋକଙ୍କ ଏକକାଳୀନ ଟିକାକରଣ ହୋଇପାରୁନଥିବାରୁ ସେ ପର୍ଯ୍ୟନ୍ତ ପରିସ୍ଥିତିରେ ସେଭଳି ବୃହତ୍ତ ପରିବର୍ତ୍ତନର ଆକଳନ କରିବା ଅନୁଚିତ। ଏଣୁ ଅଭ୍ୟାସ ନ ବଦଳାଇ ଘରୁ ବାହାରକୁ ବାହାରିଲେ ମାସ୍କ, ବାରମ୍ବାର ହାତ ଧୋଇବା ଓ ଗହଳିରୁ ଦୂରେଇ ରହିବାକୁ ଉଦ୍ୟମ କରିବା ଜରୁରି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.