Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବାରଣାସୀକୁ ସାଇକେଲରେ ଗଲା କରୋନା ଟିକା !

5/01/2021 at 6:03 PM

ବାରଣାସୀ ୫।୧: କୋଭିଡ-୧୯ ଟିକାକରଣ ଡ୍ରାଏରନ ଉତ୍ତରପ୍ରଦେଶରେ ହାସ୍ୟସ୍ପଦ ହୋଇଛି। ରାଜ୍ୟରେ ଆଗାମୀ ମକର ସଂକ୍ରାନ୍ତିରୁ କରୋନା ଟିକାକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘୋଷଣା କରିଛନ୍ତି। ସେହି ଅନୁସାରେ ମଙ୍ଗଳବାର ରାଜ୍ୟରେ ଟିକାକରଣ ଲାଗି ସର୍ବବୃହତ୍ତ ଡ୍ରାଏରନ୍‌ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ରକୁ ସାଇକେଲରେ ଟିକା ପହଞ୍ଚିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବାରଣାସୀ ଚୌକାଘାଟ କରୋନା ଟିକା କେନ୍ଦ୍ରରୁ ମହିଳା ହସ୍ପିଟାଲକୁ ସାଇକେଲରେ ଭାକ୍ସିନ ବକ୍ସ ପହଞ୍ଚିଥିଲା। ଟିକାକରଣ ଲାଗି ହସ୍ପିଟାଲରେ ବ୍ୟାପକ ପୋଲିସ ମୁତୟନ ସହ ଅନ୍ୟ ବ୍ୟବସ୍ଥା ବି ହୋଇଥିଲା। ହେଲେ ସ୍ୱାସ୍ଥ୍ୟ ବିଭାଗଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ଅନଭିଜ୍ଞ ଥିଲେ। ଏଣୁ ଟିକା ସାଇକେଲରେ ବୁହା ହୋଇ ହସ୍ପିଟାଲରେ ପହଞ୍ଚିଥିଲେ ମଧ୍ୟ ସେଠାରେ ମଧ୍ୟ କୌଣସି ପ୍ରସ୍ତୁତି ନଥିଲା।

ଏ ନେଇ ଚିଫ୍ ମେଡିକାଲ ଅଫିସର (ସିଏମଓ)ଙ୍କୁ ପଚରାଯିବାରେ କେବଳ ମହିଳା ହସ୍ପିଟାଲକୁ ସାଇକେଲରେ ଭାକ୍ସିନ ଯାଇଥିବା କହିଛନ୍ତି। ଡ୍ରାଏ ରନ୍‌ରେ କାହାରିକୁ ଟିକାକରଣ କରାଯାଏନି, କେବଳ ଟିକାକରଣର ମକଡ୍ରିଲ କରାଯାଏ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୋଭିଡ ଟିକାକରଣ ଲାଗି ଯେପରି ତତ୍ପରତା ପ୍ରକାଶ କରିବା କଥା ସେପରି କରୁ ନଥିବା ଦେଖାଯାଇଛି।

ଟିକାକରଣରେ ଭଲେଣ୍ଟିୟର ମଧ୍ୟ ଅଂଶଗ୍ରହଣ କରିବେ। ହେଲେ ଏଥିଲାଗି ମକଡ୍ରିଲରେ କୌଣସି କେନ୍ଦ୍ରରେ ଜଣେ ବି ଭଲେଣ୍ଟିୟର ଦେଖାଯାଇନାହାନ୍ତି। ସୂଚନାଯୋଗ୍ୟଯେ ରାଜ୍ୟରେ ମଙ୍ଗଳବାର ସର୍ବବୃହତ୍ତ ଡ୍ରାଏରନ୍‌ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନିଜେ ଲକ୍ଷ୍ନୌରେ କାର୍ଯ୍ୟକ୍ରମ ସମୀକ୍ଷା ମଧ୍ୟ କରିଛନ୍ତି।

   Related Posts