ଦେଶରେ ସେପ୍ଟେମ୍ବରରେ ଲଞ୍ଚ ହୋଇପାରେ କୋଭୋଭାକ୍ସ: ଜୁଲାଇରେ ପିଲାଙ୍କ ଉପରେ ଆରମ୍ଭ ହେବ ପରୀକ୍ଷଣ

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬/୦୬ : ଭାରତରେ ଖୁବ ଶୀଘ୍ର ଆଉ ଏକ କରୋନା ଟିକା ଲଞ୍ଚ ହୋଇଅପରେ | ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଆଶା ପ୍ରକାଶ କରିଛନ୍ତି ଯେ ନୋଭାଭାକ୍ସର କରୋନା ଟିକା କୋଭୋଭାକ୍ସ ସେପ୍ଟେମ୍ବର ସୁଦ୍ଧା ଭାରତରେ ଲଞ୍ଚ ହେବ। ବର୍ତ୍ତମାନ ଦେଶରେ ସେରମ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ ଋଷର ସ୍ପୁଟ୍ନିକ୍ ଭି ବ୍ୟବହାର କରାଯାଉଛି।

ଆଦର ପୁନାୱାଲା କହିଛନ୍ତି ଯେ କୋଭୋଭାକ୍ସର ପରୀକ୍ଷା ଶେଷ ହେବାକୁ ଯାଉଛି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ନିୟାମକ ଅନୁମୋଦନ ଦିଆଯାଏ ତାହେଲେ କୋଭୋଭାକ୍ସ ସେପ୍ଟେମ୍ବର ସୁଦ୍ଧା ଭାରତରେ ଲଞ୍ଚ କରିବାକୁ ପ୍ରସ୍ତୁତ ହୋଇପାରେ। ସେ କହିଛନ୍ତି ଯେ ନଭେମ୍ବର ସୁଦ୍ଧା ଭାରତରେ ନୋଭାଭାକ୍ସର ଟିକା ପରୀକ୍ଷା ଶେଷ ହୋଇପାରିବ। ସେପ୍ଟେମ୍ବର ୨୦୨୦ରେ ନୋଭାଭାକ୍ସ ସେରମ୍ ଇନଷ୍ଟିଚ୍ୟୁଟ୍ ସହିତ NVX-CoV2373 ଟିକା ପାଇଁ ଉତ୍ପାଦନ ଚୁକ୍ତି ଘୋଷଣା କରିଥିଲା | ସେ ସୂଚନା ଦେଇଛନ୍ତି ଯେ ଦେଶରେ ପରୀକ୍ଷା ପର୍ଯ୍ୟାୟ ଶେଷ ହେବା ପୂର୍ବରୁ ମଧ୍ୟ କମ୍ପାନୀ ବିଶ୍ୱ ତଥ୍ୟ ଆଧାରରେ ଲାଇସେନ୍ସ ପାଇଁ ଆବେଦନ କରିପାରିବ।

ଜୁନ୍ ୧୪ରେ ଜାରି କରାଯାଇଥିବା ଏକ ବୟାନରେ କମ୍ପାନୀ କହିଛି ଯେ କୋଭିଡ ସଂକ୍ରମଣର ମଧ୍ୟମ ତଥା ଗୁରୁତର ମାମଲାରେ NVX-CoV2373 ଟିକା ୧୦୦% ସୁରକ୍ଷା ପ୍ରଦର୍ଶନ କରିଛି। ସେ କହିଛନ୍ତି ଯେ ଟିକାକରଣର ୯୦.୪ ପ୍ରତିଶତ ପ୍ରଭାବିତ। ବୟାନରେ କୁହାଯାଇଛି ଯେ ଅଧ୍ୟୟନରେ ଆମେରିକା ଏବଂ ମେକ୍ସିକୋର ୧୧୯ ଟି ବିଭିନ୍ନ ସ୍ଥାନରୁ ୨୯ ହଜାର ୯୬୦ ଲୋକ ସାମିଲ ହୋଇଥିଲେ। ଭାଷା ଅନୁଯାୟୀ, ନିକଟରେ ନୀତି ଆୟୋଗ ସଦସ୍ୟ ଭି.କେ ପାଲ ସୂଚନା ଦେଇଥିଲେ ଯେ ସେରମ୍ ଇନଷ୍ଟିଚ୍ୟୁଟରେ ନୋଭାଭାକ୍ସର ଟିକା ପ୍ରସ୍ତୁତ କରାଯିବ।

ଫାର୍ମା କମ୍ପାନୀ ଜୁଲାଇ ସୁଦ୍ଧା ପିଲାମାନଙ୍କ ଉପରେ କୋଭୋଭ୍ୟାକ୍ସର ପରୀକ୍ଷାକୁ ନେଇ ବିଚାର କରୁଛି। ଦେଶରେ ଟିକା କାର୍ଯ୍ୟକ୍ରମ ଆରମ୍ଭ ହେବାର ୧୫୦ ଦିନ ବିତି ଗଲାଣି। ଜୁନ୍ ୧୬ ସକାଳ ୭ ଟା ପର୍ଯ୍ୟନ୍ତ ସରକାରୀ ଆକଳନରୁ ଜଣାପଡିଛି ଯେ ଦେଶରେ ଏପର୍ଯ୍ୟନ୍ତ ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ ଡୋଜ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.