Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଓଡିଶା ଆସୁଛି କୋଭିଡ଼ ଟିକା, ଆଜି ଅପରାହ୍ନରେ ପହଞ୍ଚିବ କୋଭିସିଲ୍ଡ ଭାକ୍‌ସିନ୍‌

12/01/2021 at 9:41 AM

ଭୁବନେଶ୍ୱର ୧୨।୦୧: ଓଡିଶା ଆସୁଛି କୋଭିଡ଼ ଟୀକା । ଆଜି ଓଡିଶାରେ ପହଞ୍ଚିବ କୋଭିଡ଼ ଟୀକା କୋଭିସିଲ୍ଡ । ସ୍ୱତନ୍ତ୍ର ସ୍ପାଇସ୍‌ ଜେଟ୍‌ ବିମାନରେ ମୁମ୍ବାଇର ପୁଣେରୁ ଭୁବନେଶ୍ୱର ଆସୁଛି କୋଭିସିଲ୍ଡ ଟୀକା ।

ଖବର ଅନୁଯାୟୀ, କରୋନା ମହାମାରୀ ମଧ୍ୟରେ ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହେବ । ଏହାକୁ ନଜରରେ ରଖି ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆର ପୁଣେ ସ୍ଥିତ ଲ୍ୟାବରୁ କୋଭିସିଲ୍ଡ ଭାକସିନକୁ ବିଭିନ୍ନ ସ୍ଥାନକୁ ପଠାଯାଇଛି । ମଙ୍ଗଳବାରଠାରୁ ଏହା ଆରମ୍ଭ ହୋଇଛି । ଏହିପରିପେକ୍ଷୀରେ ଆଜି  ଓଡ଼ିଶାକୁ ଆସୁଛି କୋଭିଡ ଟିକା । ସ୍ବତନ୍ତ୍ର ସ୍ପାଇସ ଜେଟ ବିମାନରେ ପୁଣେରୁ ଭୁବନେଶ୍ବର ଆସୁଛି କୋଭିଡ଼ ଟିକା । ଅପରାହ୍‌ଣ ୪ଟା ୨୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ କୋଭିସିଲ୍ଡ  ଟିକା । ବିମାନରେ କୋଭିସିଲ୍ଡ ଭ୍ୟାକସିନ ୧୦ ଡୋଜ ଓ ୪୦ ହଜାର ୮୦୦ ଭାଏଲସ ଆସୁଛି । ଏ ନେଇ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ସୁରକ୍ଷା ଓ ପରିବହନ ବ୍ୟବସ୍ଥା ଠିକ୍ ଭାବେ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏନେଇ ଅତିରିକ୍ତ ମୁଖ୍ୟ ଶାଶନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

   Related Posts