ଭୁବନେଶ୍ବରରେ ମିଳୁଛି କୋଭିଡ୍ ଟିକା ! ରୁଷିଆ ପ୍ରସ୍ତୁତ ସ୍ପୁଟନିକ-ଭି ବୋଲି ଅନୁମାନ
23/11/2020 at 8:36 PM

ଭୁବନେଶ୍ୱର୨୩/୧୧: ରାଜଧାନୀ ଭୁବନେଶ୍ବରରେ ମିଳୁଛି କୋଭିଡ୍ ଟିକା। ଭୁବନେଶ୍ବର ପଟିଆ ଶ୍ରୀବିହାର ଅଞ୍ଚଳରେ ଚୋରାରେ ଏକ ଆପାର୍ଟମେଣ୍ଟକୁ ଟିକା ଥିବା ନାଇଟ୍ରୋଜେନ୍ ବକ୍ସ ଧରି ବାଇକ୍ରେ ଯିବା ବେଳେ ଜଣେ ଯୁବକ ଏବଂ ଯୁବତୀଙ୍କୁ ଆମ ପ୍ରତିନିଧି ଧରିଥିଲେ। କୋଭିଡ୍ ଟିକା ମିଳିବା କଥାକୁ ପ୍ରଘଟ କରାଯାଉ ନାହିଁ। ଏ ସଂପର୍କରେ ସର୍ବସାଧାରଣ ଏବଂ ଗଣମାଧ୍ୟମକୁ ମଧ୍ୟ ସୂଚନା ଦିଆଯାଉ ନାହିଁ। ଭିତିରିଆ କୋଭିଡ୍ ଟିକା ମିଳୁଥିବା ଚର୍ଚ୍ଚା ହେଉଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ଏ ସଂପର୍କରେ ସଂପୃକ୍ତ ଆପାର୍ଟମେଣ୍ଟକୁ ଯା,ଆସ କରୁଥିବା ଜଣେ ବ୍ୟକ୍ତିଙ୍କୁ ପଚାରିଥିଲେ। ସେ ନିଜର ପରିଚୟ ଗୋପନ ରଖିଏକ ସଂସ୍ଥାର ନମ୍ବର ଦେଇଥିଲେ। ତେବେ ସଂପୃକ୍ତ ସଂସ୍ଥା ଗଣମାଧ୍ୟମର ନାଁ ଶୁଣି ଟିକା ବିକ୍ରି କରିବା କଥାକୁ ସଂପୂର୍ଣ୍ଣ ମନା କରି ଦେଇଥିଲେ। ଭୁବନେଶ୍ୱରରେ ମିଳୁଥିବା ଟିକା ରୁଷିଆ ପ୍ରସ୍ତୁତ ସ୍ପୁଟନିକ-ଭି ବୋଲି ଖବର ମିଳିଛି ।
ସ୍ଥାନ ବିଶେଷରେ ଅଢେଇ ହଜାରରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଏହି ଟିକାର କାରବାର ରାଜଧାନୀରେ ଚାଲିଛି ।ତେବେ ଏହା ପ୍ରକୃତ ଟିକି ନା ମୁନାଫା କମାଇବା ନାଁରେ କେତକ ଲୋକ ଅନ୍ୟ କିଛି ଟିକା ନାଁରେ ବିକ୍ରି କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଏହି ଟିକାର ସତ୍ୟାସତ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବମ୍ବେର ଏକ ସଂସ୍ଥା ଏହାର ଏଜେଣ୍ଟଙ୍କ ଦ୍ୱାରା ଭୁବନେଶ୍ୱରରେ ଗୁପ୍ତରେ ବ୍ୟବସାୟ କରୁଥିବା ଜଣାଯାଇଛି । ଅନ୍ୟ ଜଣେ ବ୍ୟକ୍ତି ଗ୍ରାହକ ହୋଇ ସଂପୃକ୍ତ ସଂସ୍ଥାକୁ ଫୋନ କରିବାରୁ ସେପଟରୁ ରଙ୍ଗ ନମ୍ବର କହି କର୍ମଚାରୀ ଟେଲିଫୋନ୍ କଲ୍ଟିକୁ କାଟିଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏଭଳି ଟିକାର କାରବାର ଉପରେ ନଜର ରଖିଲେ ପ୍ରକୃତ ସତ ସାମ୍ନାକୁ ଆସିପାରନ୍ତା ।