Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ୱାସ୍ଥ୍ୟକର୍ମୀ

27/01/2021 at 7:34 AM

ଭୁବନେଶ୍ୱର ୨୭।୦୧: ଆଜିଠାରୁ ପୁଣି ଟିକାକରଣ ପକ୍ରିୟା ଆରମ୍ଭ ହେବ। ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ଫେବୃଆରୀ ୧୦ ସୁଦ୍ଧା ଟିକାକରଣ ପକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ଡ଼କ୍ଟର ବିଜୟ କୁମାର ପାଣିଗ୍ରାହୀ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମାଇକ୍ରୋପ୍ଲାନ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ରେଜିଷ୍ଟ୍ରେସନ ଆସନ୍ତା ଜାନୁଆରୀ ୩୧ ତାରିଖ ଯାଏଁ ଚାଲିବ । ଏହାପରେ ସେମାନଙ୍କ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେବେ । ଅନ୍ୟପଟେ ଟିକାକରଣ ପରେ ଏଯାବତ କାହା ଠାରେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରୀୟା ଦେଖା ଯାଇନଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ୧୬ ରୁ ୨୫ ପର୍ଯ୍ୟନ୍ତ ଟିକାକରଣ ପକ୍ରିୟା ମଧ୍ଯରେ ମୋଟ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯାଇଛି । କୋୱିନ୍ ରେ ମୋଟ ରେଜିଷ୍ଟ୍ରେସନ କରିଛନ୍ତି ୩ ଲକ୍ଷ ୫୦ ହଜାର ୭ ଶହ ୨୬ ଜଣ ସ୍ଵାସ୍ଥ୍ୟ କର୍ମୀ ।

ରାଜ୍ଯ ସରକାରଙ୍କ ସହ ଆଲୋଚନା ପରେ ଅଭିମାନ ଭାଙ୍ଗିଛନ୍ତି ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘ। ଆସନ୍ତା ୨୮ ତାରିଖରୁ ୧୫ ହଜାର କର୍ମୀ ଟିକା ନେବେ । ସରକାରଙ୍କ ସହ କ୍ଯାଡର ରିଷ୍ଟ୍ରକ୍ଚର ଏବଂ ପଦୋନ୍ନତି ନେଇ ଆଲୋଚନା ହୋଇଥିବା ବହୁମୁଖୀ ସ୍ବାସ୍ଥ୍ଯକର୍ମୀଙ୍କ ପକ୍ଷରୁ କୁହାଯାଇଛି।

   Related Posts