ମାଗଣାରେ ସ୍ପୁଟନିକ୍-ଭି ଟିକା ଦେବେ ସରକାର, ପୋଲିଓ ଅଭିଯାନ ଭଳି ଗାଁ ଗାଁରେ ପହଞ୍ଚିବ ଟିମ୍

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୬/୭ : ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ସରକାର ଜାରି ରଖିଛନ୍ତି ଟିକାକରଣ । ଏଥିପାଇଁ ଲୋକଙ୍କୁ ବ୍ୟାପକ ସଂଖ୍ୟାରେ ଟିକା ଦିଆଯାଉଛି । ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଉପଲବ୍ଧ ହେଉଛି । ତେବେ ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ଋଷର ଟିକା ସ୍ପୁଟନିକ୍-ଭି । କୋଭିଡ -19 ୱାର୍କିଂ ଗ୍ରୁପ୍‌ର ସଭାପତି ଡକ୍ଟର ଏନ.କେ ଆରୋରା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଟିକାକରଣ କେନ୍ଦ୍ରରେ ସ୍ପୁଟନିକ୍-ଭି ଟିକା ମାଗଣାରେ ଉପଲବ୍ଧ ହେବ । ବର୍ତ୍ତମାନ ସୁଦ୍ଧା ସ୍ପୁଟ୍ନିକ୍-ଭି କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେଉଛି । ଆମେ ଆମର ମାଗଣା ଟିକାକକଣ କାର୍ଯ୍ୟକ୍ରମ ଅଧୀନରେ ଆମେ ଏହାକୁ ଉପଲବ୍ଧ କରାଇବୁ । କିନ୍ତୁ ଏହା ଟିକା ଯୋଗାଣ ଉପରେ ନିର୍ଭର କରୁଛି । ରୁଷର କରୋନା ଟିକା ସ୍ପୁଟନିକ୍-ଭି -18 ° C ତାପମାତ୍ରାରେ ରଖିବାକୁ ପଡିବ ।

ପୋଲିଓ ଟିକା ଗଚ୍ଛିତ ରଖିବା ପାଇଁ ବ୍ୟବହୃତ ଶୀତଳ ଶୃଙ୍ଖଳା ସୁବିଧା ସ୍ପୁଟନିକ୍-ଭି ସଂରକ୍ଷଣ ପାଇଁ ବ୍ୟବହୃତ ହେବ ବୋଲି ଆରୋରା କହିଛନ୍ତି । ତେବେ ଏହା ମଧ୍ୟ ନିଶ୍ଚିତ କରିବ ଯେ ପୋଲିଓ ଅଭିଯାନ ଭଳି ଏହି ଟିକା ପ୍ରତି ଗ୍ରାମାଞ୍ଚଳରେ ପହଞ୍ଚିବ । ଜୁଲାଇ ଶେଷ ସୁଦ୍ଧା ୧୨ ରୁ ୧୬ କୋଟି ଅଧିକ ଡୋଜ ଦିଆଯାବିରା ଟାର୍ଗେଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.