Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାରତରେ Covid ଟିକାକରଣ କାର୍ଯ୍ୟକ୍ରମ ହୋଇପାରେ ବିଫଳ: ରିପୋର୍ଟ

23/10/2020 at 10:16 PM

ନୂଆଦିଲ୍ଲୀ ୨୩।୧୦: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ ମହାମାରୀ। ଦିନକୁ ୨ ଗୁଣା, ରାତିକୁ ୪ ଗୁଣା ହାରରେ ବଢୁଥିବା ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ହାର ଲୋକଙ୍କୁ ତ୍ରସ୍ତ କରିଛି। ସାରା ବିଶ୍ୱ ଏବେ କରୋନା ଭେକ୍ସିନକୁ ଅପେକ୍ଷା କରି ରହିଛି।  କୋଭିଡ ଟିକାକରଣ ଏବେ ଭାରତରେ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ ହୋଇସାରିଲାଣି। ଏଥିରେ ମିଳିଥିବା ଏକ ରିପୋର୍ଟ ଏବେ ଚିନ୍ତାର କାରଣ ପାଲଟିଛି।

ଲୋକାଲ ସର୍କଲ ନାମକ ଏକ ସଂସ୍ଥା ଦ୍ୱାରା କରାଯାଇଥିବା ଅଧ୍ୟାୟନରୁ ଭାରତରେ କରୋନା ଟିକା ଲାଗି ଚର୍ଚ୍ଚା ହେଉଥିଲେ ମଧ୍ୟ ଅଧିକାଂଶ ଲୋକେ ଟିକାକରଣ କରି ନ ପାରନ୍ତି ବୋଲି ଜଣାପଡିଛି। ଏଣୁ ସରକାରଙ୍କ ଦ୍ୱାର କରୋନାଭାଇରସ ମହାମାରୀ ନିୟନ୍ତ୍ରଣ ଲାଗି ସରକାର କରିଥିବା ଯୋଜନା ହୁଏତ ଠିକ୍ ସମୟରେ ବିଫଳ ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି।

ଟିକାକୁ ନେଇ ଲୋକଙ୍କ ଧାରଣା ଜାଣିବାକୁ କରାଯାଇଥିଲା ସର୍ଭେ
ସଂସ୍ଥା ପକ୍ଷରୁ କରୋନା ଟିକାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆଗ୍ରହ ଜାଣିବା ଲାଗି ସର୍ଭେକ୍ଷଣ କରାଯାଇଥିଲା। ଏ ନେଇ ସଂସ୍ଥା ପକ୍ଷରୁ ୨୫ ହଜାର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏଥିରେ ପାଖାପାଖି ୬୧ ପ୍ରତିଶତ ଲୋକେ ଟିକାକୁ ନେଇ ଏବେବି ଦ୍ୱିବିଧାରେ ଥିବା ବେଳେ ୧୦ ପ୍ରତିଶତ ଲୋକେ ଟିକାକରଣ କରିବେ ନାହିଁ ବୋଲି ସଫାସଫା କହିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଲୋକେ ଟିକାକରଣ ଲାଗି ସ୍ପଷ୍ଟ ଭାବେ କିଛି କହିନଥିବା ଜଣାପଡିଛି। 

ଭେକ୍ସିନ ବିରୋଧୀ ଅଭିଯାନର ରହିଛି ପ୍ରଭାବ
ଭାରତରେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ସରକାରଙ୍କ ସବୁ ପ୍ରକାର ଟିକାକରଣ କାର୍ଯ୍ୟକୁ ବିରୋଧ କରନ୍ତି। କୋଭିଡ-୧୯ ଟିକାକରଣ ପଛରେ ବି ଏପରି ବିରୋଧୀଙ୍କ ପ୍ରଭାବ ରହିପାରେ ବୋଲି ଏବେ ଆଶଙ୍କା କରାଯାଉଛି। ଏ ନେଇ ବାୟୋଟିକ୍ସ  ପ୍ରଫେସର ଅନନ୍ତ ଭାନଙ୍କ ଆକଳନ ମଧ୍ୟ ଭୁଲ ନୁହେଁ। ହୁଏତ ଲୋକଙ୍କ ମଧ୍ୟରେ ଟିକାକୁ ନେଇ ଏପର୍ଯ୍ୟନ୍ତ ବିଶ୍ୱାସ ଉପୁଜି ପାରିନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ସେହିପରି  ତରବରିଆ ଭେକ୍ସିନ ପ୍ରସ୍ତୁତି ମଧ୍ୟ ଏହାର ଏକ କାରଣ ବି ହୋଇପାରେ ବୋଲି ସେ କହିଛନ୍ତି। ଏହା ଛଡା ସୋସିଆଲ ମିଡିଆରେ ଭେକ୍ସିନ ବିରୋଧୀ ମୁଭମେଣ୍ଟ ସକ୍ରିୟ ରହିବା ଟିକାକରଣ କାର୍ଯ୍ୟକ୍ରମ ଲାଗି ଲୋକଙ୍କୁ ଭ୍ରମିତ କରିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। 

ଆଗାମୀ ବର୍ଷ ପ୍ରାରମ୍ଭରେ ଆସିପାରେ ଟିକା
ବିଶ୍ୱରେ ଏପର୍ଯ୍ୟନ୍ତ କେଉଁଠାରେ ହେଲେ କୋଭିଡ-୧୯ ଟିକା ଆସି ନାହିଁ। କେବଳ ଋଷିଆ ସ୍ପୁଟନିକ-୫ ଟିକା ତିଆରି ଥିବାର ଦାବି କରୁଛି। ତେବେ ଏହାର ତୃତୀୟ କ୍ଲିନିକାଲ ଟ୍ରାୟଲ ଏପର୍ଯ୍ୟନ୍ତ ହୋଇ ନାହିଁ। ତଥାପି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଗାମୀ ବର୍ଷ ପ୍ରାରମ୍ଭରେ ଦେଶକୁ ଟିକା ଆସି ସାରିଥିବ ବୋଲି କହିଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଭେକ୍ସିନ ପ୍ରସ୍ତୁତି ଓ ଏହାର ଡେଲିଭରୀକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଏଣୁ ହୁଏତ ଖୁବ୍ ନିକଟରେ ଟିକାକରଣ ହୋଇପାରେ ବୋଲି ଆଶା କରାଯାଉଛି। ତେବେ ଦେଶରେ କରୋନା ଭେକ୍ସିନ ପ୍ରଥମେ ଫ୍ରଣ୍ଟ ଲାଇନ ୱାର୍କର୍ସଙ୍କୁ ମିଳିବ ବୋଲି ଜଣାପଡିଛି।

   Related Posts