ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ କୋଭିଡ୍ ଟିକା ବାଧ୍ୟତାମୂଳକ ନୁହେଁ: ଡିଏମ୍ଇଟି
6/01/2021 at 4:38 PM

ଭୁବନେଶ୍ବର୬/୧: ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ କୋଭିଡ୍ ଟିକା ନେବା ପାଇଁ ବାଧ୍ୟତାମୂଳକ ନୁହେଁ। ଯେଉଁମାନେ ଚାହିଁବେ, ସେମାନେ ଟିକା ନେଇପାରିବେ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସୂଚନା ମୁତାବକ, ମାତ୍ର ୧୦ ଦିନ ମଧ୍ୟରେ ଓଡିଶାରେ କୋଭିଡ୍ ଟିକା ପହଞ୍ଚିବ। ଟିକା ପହଞ୍ଚିବା ପରେ ୨/୩ ଦିନ ମଧ୍ୟରେ ଟିକା କରଣ କରାଯିବ। ବର୍ତ୍ତମାନ ସୁଦ୍ଧା ୨ଟି କୋଭିଡ୍ ଟିକା ଆସିଛି। ଏହାକୁ ମାତ୍ର ୨ଟି ଡୋଜରେ ଦିଆଯିବ।
ପ୍ରଥମ ଡୋଜର ୨୮ ଦିନ ପରେ ଦ୍ବିତୀୟ ଡୋଜ୍ ଦିଆଯିବ। ଡିଏମଇଟି ସଭିକେ ମହାନ୍ତି ଏ ସଂପର୍କରେ ସୂଚନା ଦେଇଛନ୍ତି। ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଯେ, ଜାନୁଆରୀ ୩୦ ସୁଦ୍ଧା ରାଜ୍ୟରେ କରୋନା ଟିକା ପହଞ୍ଚିବ। ଗାଇଡ୍ଲାଇନ୍ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ କୋଭିଡ୍ ଟିକା ଦିଆଯିବ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021