Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭୁବନେଶ୍ବରରେ ୬ଟି ହସ୍ପିଟାଲରେ ଦିଆଯିବ କୋଭିଡ୍ ଟିକା, ଦିନକୁ ଶହେ ହିସାବରେ ପ୍ରଥମ ପର୍ଯ୍ୟାୟରେ ନେବେ ୯ ହଜାର ଲୋକ

15/01/2021 at 1:02 PM

ଭୁବନେଶ୍ବର ୧୫।୧: ଆସନ୍ତାକାଲି ଦେଶବ୍ୟାପୀ ହେବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ପହଞ୍ଚିଛି ଦୁଇଟି ଟୀକା । ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ହାଇଦ୍ରାବାଦ ସ୍ଥିତ ଭାରତ ବୟୋଟେକର କୋଭାକ୍ସିନ୍ ଟିକା ପହଞ୍ଚିସାରିଛି । କୋଭିସିଲ୍ଡ ୪ ଲକ୍ଷ ୮ ହଜାର ଡୋଜ୍ ଏବଂ କୋଭାକ୍ସିନ୍ ର ୨୦ ହଜାର ଡୋଜ୍ ରାଜ୍ୟକୁ ଆସିଛି ।

ସମସ୍ତ ଜିଲ୍ଲା ସମେତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ମୋଟ୍ ୩୨ଟି କେନ୍ଦ୍ରକୁ ଟିକା ପଠାଯାଇଛି । ରାଜ୍ୟରେ ମୋଟ୍ ୧୬୦ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଛି । ଭୁବନେଶ୍ବର ବ୍ୟତୀତ ଅନ୍ୟ ସବୁଠି କୋଭିସିଲ୍ଡ ଟିକା ପ୍ରଦାନ କରାଯିବ । ଭୁବନେଶ୍ବରରେ କେବଳ କୋଭାକ୍ସିନ୍ ଟିକା ଦିଆଯିବ । ଭୁବନେଶ୍ବରରେ ପୂର୍ବରୁ ୫ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲକୁ ସାମିଲ କରାଯାଇ ଟିକାକେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪ ହସ୍ପିଟାଲ, ବିଏମସି ହସ୍ପିଟାଲ, କିମ୍ସ, ସମ୍ ହସ୍ପିଟାଲ ଏବଂ ଏମ୍ସ ହସ୍ପିଟାଲରେ ଟିକାକରଣ କରାଯିବ । କାଲି ଲଞ୍ଚିଂ ଦିନରେ ପ୍ରତି ଟିକାକରଣ କେନ୍ଦ୍ରରେ ୧୦୦ ଲେଖାଏଁ ମୋଟ୍ ୬୦୦ ଲୋକଙ୍କୁ ଟିକାକରଣ କରାଯିବ । ବିଏମସି ପ୍ରଥମ ପର୍ଯ୍ୟାୟ ପାଇଁ ଯେତିକି ଟିକା ପାଇଛି ସେଥିରେ ମୋଟ୍ ଭୁବନେଶ୍ବରର ୯ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବରରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ଭୁବନେଶ୍ବରରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପଞ୍ଜୀକୃତ କରାଯାଇଛି । ୯ ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାଦାନ କରାଯିବ । ପୁଣି ୨୮ଦିନ ପରେ ସେମାନଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ । ୨୬ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ କେନ୍ଦ୍ର ସରକାରଙ୍କ ୫ ହଜାର ସ୍ବାସ୍ଥ୍ୟକର୍ମୀ ଓ ରାଜ୍ୟ ସରକାରଙ୍କ ୨୧ ହଜାର ସ୍ବାସ୍ଥ୍ୟକର୍ମୀ ରହିଛନ୍ତି ।

   Related Posts